-+91-9937148622 |
prerana_bgr@rediffmail.com |
Thursday 13th August 2026 |
R.N.I. Regd No. ODIODI/2010/46693
Breaking News
29-Jun-2022
ଉଲୁଣ୍ଡା, (ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଂଚାୟତ ସମିତି କାର୍ଯ୍ୟାଲୟ ପରିଶରରେ ଦୀନଦୟାଲ ଉପଧ୍ୟାୟ ଗ୍ରାମୀଣ କୋଶଲ୍ୟ ଯୋଜନା ଅନ୍ତର୍ଗତ ଗୋଷ୍ଠିସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡିଓ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ଶିବରକୁ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗ୍ରାମାଂଚଲ ମାନଙ୍କରେ ରହିଥିବା ବେକାର ଜୁବକ ଜୁବତୀ ମାନେ ବିଭିନ୍ନ ନିଜୁକ୍ତି ଅନୁଷ୍ଠାନ ମାନଙ୍କରେ ତାଲିମ ନେବା ସହ ଚାକିରି କରି ଆର୍ଥୀକ ସ୍ଥିତିକୁ ସୁଦୃଢ କରି ପାରିବେ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଏପିଡି ଶୈବାଲିନୀ ପଟ୍ଟନାଏକ ଯୋଗଦେଇ ଶିବିରର ଲକ୍ଷ ଓ ଉଦ୍ୟେଶ୍ୟ ଉପରେ ଆଲୋକପାତ କରିଥିଲେ । ଶିବିରକୁ ବିଭିନ୍ନ ନୁଜୁକ୍ତି ଅନୁଷ୍ଠାନ ଜୋଗଦେଇଥିଲେ । ଏଥିରେ ୯୨ ଜଣ ଜୁବକ, ଜୁବତୀ ତାଲିମ ନେବା ପାଇଁ ପଞ୍ଜିକରଣ କରିଥିଲେ । ଓଏଲଏମ କେଶବ ଚନ୍ଦ୍ର ମାôଝ ସଭାପରିଚାଲନା କରିଥିବା ବେଳେ ଧିରେମ ମହାକୁଡ ଓ ସୌମ୍ୟଜିତ ଦାସ କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । ଏହି ଅବଶରରେ ତାଲିମ ପାଇ ଚାକିରି କରୁଥିବା ପାଂଚଜଣ ଜୁବକ ଓ ତାଙ୍କ ପିତାମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବିରରେ ସିଆରପି, ଏମବିକେ,ବିଏଲଏଫଙ୍କ ସମେତ ଗ୍ରାମାଂଚଲରୁ ବହୁ ଜୁବକ ,ଜୁବତୀ ଯୋଗଦେଇଥିଲେ । ଶେଷରେ ଜିଲ୍ଲା କୋର୍ଡୀନେଟର ବିଶ୍ୱମ୍ବର ପରିଡା ଧନ୍ୟବାଦ ଦେଇଥିଲେ ।