-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
27-Jun-2022
ବୀରମହାରାଜପୁର , (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମର କିଶୋର ହୋତା ଙ୍କୁ କୋସଲ ରାଜ୍ୟ ସମନ୍ୱୟ ସମିତି ଆବାହକ କ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋସଲ ବୀର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l
ସମ୍ବଲପୁରୀ ଓ ଏସ. ଏସ ପ୍ରଡୁକ୍ସନ ମିଳିତ ଆୟୋଜନ ରେ କୋସଲ ସୁନ୍ଦ୍ରି ସମ୍ମାନ ଉତ୍ସବ ରେ ଜୀବନବ୍ୟାପୀ ସାଧନା ଓ ଦୀର୍ଘବର୍ଷ ଧରି କୋସଲ ଆନ୍ଦୋଳନ ରେ ସକ୍ରିୟ ସାମିଲ ହୋଇ କାର୍ଯ୍ୟ କରୁଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଂଗୀତ ନାଟକ ଏକାଡେମୀ ସଦସ୍ୟ ସଂଗୀତକାର ଶାଶ୍ୱତ ତ୍ରିପାଠୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟା ବୀଣାପାଣି ଦାଶ, ମୋନାଲିସା ଦାଶ, କୋସଲ ଯୁବନେତା ବିନୋଦ କାଳସାୟ,ସାମ୍ବାଦିକ ବିରାଜ ନନ୍ଦ ସାହୁ,ଆୟୋଜକ ଅକ୍ଷୟ ସରାପ, ନିରୁପମା ବୈରାଗୀ, ଚୁମକି ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ଅର୍ଜୁନ ସାହୁ ପରିଚାଳନା କରିଥିଲେ l