-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
27-Jun-2022
ବଲାଙ୍ଗିର,(ପ୍ରେରଣା ଖବର) ଦେଶର ସର୍ବ ପୁରାତନ ରାଜନୈତିକ ଦଳ ଭାରତୀୟ ଜାତୀୟ କଂଗ୍ରେସ ର ନୀତି ଓ ଆଦର୍ଶ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ଓ ତୁଷୁରାବାହାଲ ର ସରପଂଚ ଯଥା ଲକ୍ଷ୍ମୀ ନନ୍ଦନ ଓ ଦାମୋଦର ମହାପାତ୍ର କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ଗତ କାଲି ସନ୍ଧ୍ୟାରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଉଭୟେ ସରପଂଚ ନିଜ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷିରେ ସେମାନେ ବିଧାୟକ ଶ୍ରୀ ମିଶ୍ରଙ୍କ ଠାରୁ ଉଭୟେ ଚୁଡାପାଲି ଓ ତୁଷୁରାବାହାଲ ପଂଚାୟତର ସର୍ବାଙ୍ଗିନ ଉନ୍ନତି କରିବା ପାଇଁ ଅନୁରୋଧ କରିଥିଲେ । ପ୍ରତିଉତ୍ତର ରେ ଶ୍ରୀ ମିଶ୍ର କହିଥିଲେ ୨୦୧୪ ପରବର୍ତ୍ତି ସମୟରୁ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ପଂଚୟତରେ ବିଭିନ୍ନ ପ୍ରକାର ଉନ୍ନତମୂଳକ କାମ କରାଯାଇଛି । ବିଗତ ଦିନରେ ଚୁଡାପାଲି ଓ ତୁଷୁରାବାହାଲ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଥିଲା । ଆଗାମୀ ଦିନରେ ମଧ୍ୟ ଏ ଉଭୟ ପଂଚାୟତ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉଭୟ ସରପଂଚଙ୍କୁ ପ୍ରତିଶୃତି ଦେଇଥିଲେ । ଏ ଅବସରରେ ଚୁଡାପାଲି ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା, ସୁଶିଲ ବେହେରା, ଅକ୍ଷୟ କୁମାର ଘିଭେଲା, ଲମ୍ବୋଦର ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ ।