-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ମନରେଗା ଫାର୍ମପଣ୍ଡ ଘୋଟାଲା: ମିଛ ଶ୍ରମିକଙ୍କ ମଷ୍ଟରରୋଲ୍ ରୁ ମେସିନ୍ ଖୋଳା ସତ

24-Jun-2022



 ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ):  ଦାଦନଶ୍ରମିକ ଚାଲାଣ ରୋକିବାକୁ ଜାତୀୟ ନିଶ୍ଚିତ କର୍ମଯୋଗାଣ  ତଥା ମରୁଡିପ୍ରବଣ ଅଞ୍ଚଳରେ ବୃଷ୍ଟିଜଳ ଅମଳ ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ମନରେଗାର ଫାର୍ମପଣ୍ଡ୍ ଖନନରେ ଶ୍ରମିକଙ୍କ ବଦଳରେ  ଜେସିବିରେ ମାଟି ଖୋଳାଯାଇ ସରକାରୀ ତହବିଲରୁ କୋଟି କୋଟି ଟଙ୍କାର ବାଟମାରଣା ପ୍ରତି କେହି ସଚେତନ ନଥିବା ପରି ମନେହେଉଛି ।  ଚଳିତବର୍ଷ କେବଳ ବଲାଙ୍ଗୀର ଜିଲ୍ଲାରେ ମୃତ୍ତିକାସଂରକ୍ଷଣ ବିଭାଗରେ ପ୍ରାୟ ୬.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଥିଲେ ହେଁ ପ୍ରକୃତରେ ଗ୍ରାଉଣ୍ଡ୍ ଲେଭେଲ୍ ରେ ଏହାର ସଫଳତା କେତେ, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ହୋଇପଡିଛି ।  ମଷ୍ଟରରୋଲ୍ ର ମିଛ ଶ୍ରମିକଙ୍କ ସମ୍ପର୍କରେ ସତ୍ୟାସତ୍ୟ ଯାଞ୍ଚ୍ ରୁ ଏହା ଧରାଯାଇପାରିବ ବୋଲି କୁହାଯାଉଛି ।  

  ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଏହି ଫାର୍ମପଣ୍ଡ୍ ବା ଚହଲା ଖନନ କରାଯାଉଛି ।  ୧୦ × ୧୦ ଫୁଟ୍ ଓ ୬ ଫୁଟ୍ ଗଭୀର ବା କେଉଁଠି ସାମାନ୍ୟ ଅଧିକ ମାପର ଖୋଲାଖାଲକୁ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବିଲ୍ ଦିଆଯାଇଛି ।  ଗତବର୍ଷ ଓ ଚଳିତ ବର୍ଷର ଶହ ଶହ ପ୍ରକଳ୍ପରେ ୮୦ ପ୍ରତିଶତ ଶ୍ରମଦିବସ ଭିତ୍ତିକ ଏହିସବୁ ତଥାକଥିତ କୃଷି + ଉଦ୍ୟାନ ଓ ଅନ୍ୟାନ୍ୟ ବହୁମୁଖୀ ଫସଲ ଅମଳର ପ୍ରକଳ୍ପରେ  ଏହି କୋଟି କୋଟି ଟଙ୍କାର ବ୍ୟୟଅଟକଳର ଉପଯୁକ୍ତ ତଦାରଖ ସକାଶେ ଉକ୍ତ ବିଭାଗରେ କର୍ମଚାରୀ ଅଭାବ ସହିତ ଅଫିସ୍ ମଧ୍ୟ ନାହିଁ ।  ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ବ୍ଲକ୍ ର ଦାୟିତ୍ବରେ ରଖାଯିବା ସହ ବହୁବର୍ଷତଳର ପୁରୁଣା ବିଭାଗୀୟ ଜରାଜୀର୍ଣ୍ଣ ଅଫିସ୍ କୁ ଦର୍ଶାଯାଇ ଦୁଇବର୍ଷର ଟାର୍ଗେଟ୍ କୁ ମିଶାଯାଇ  ଗୋଳମାଳିଆ ହିସାବ ଦିଆଯାଉଛି । ତେବେ ସବୁଠାରୁ ଶୋଚନୀୟ ବିଷୟ ହେଉଛି  ଏହି ମାଟିଖୋଳାରେ ମିଛ ଶ୍ରମିକଙ୍କ ନାଁ'ରେ ମଷ୍ଟରରୋଲ୍ ପ୍ରସ୍ତୁତ କରାଯାଇ ଜେସିବିରେ ମାଟିଖୋଳାଯାଉଛି । ଏହି ତଳୁ ଉପରସ୍ତରର ଅଧିକାରୀ ଓ ସମସ୍ତଙ୍କ ଜ୍ଞାତସାରରେ ହୋଇଚାଲିଛି । 

  ଏ ସମ୍ପର୍କରେ ଲୋକଙ୍କର ଅଭିଯୋଗକ୍ରମେ ଆମ ତରଫରୁ ଏକ ସାମ୍ବାଦିକଦଳ ପ୍ରଥମେ ବଲାଙ୍ଗୀର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ବଲାଙ୍ଗୀର ଓ ନୂଆପଡାର ପ୍ରକଳ୍ପ ନିର୍ଦ୍ଦେଶକ ମହୀତୋଷ ଦାଶଙ୍କ ସହ ଭେଟିବା ପରେ ପାଟଣାଗଡରେ ରହୁଥିବା ଖପ୍ରାଖୋଲ-ତୁରେକେଲା- ବଙ୍ଗୋମୁଣ୍ଡା ବ୍ଲକ୍ ଏଏସ୍ ସିଓ ସତ୍ୟେନ୍ଦ୍ର ରାଇକିଆ ଓ ଖପ୍ରାଖୋଲର ଏସ ଇଓ ଶେଷଦେବ ମେହେର, ସେଠାକାର ପ୍ରକଳ୍ପ ସହକାରୀ ପ୍ରଶାନ୍ତ ସେଠ, ଓଭରସିଅର ବ୍ରଜକିଶୋର ରାଉତ ପ୍ରମୁଖଙ୍କୁ ଭେଟି ଆଲୋଚନା କ୍ରମେ ଓଡିଆପାଲି ପଞ୍ଚାୟତର ୨ ଟି ପ୍ରକଳ୍ପକୁ ବୁଲି ଦେଖିଥିଲେ ।  ବାରମ୍ବାର ଚେଷ୍ଟା ସତ୍ତ୍ଵେ ପାଟଣାଗଡ ଏସିଏସଓ ରଜନୀ କୁମ୍ଭାର ଏହି ଦଳକୁ ଏଡାଇ ଯାଇ ଅଫିସ୍ କୁ ଆସି ନଥିବା ବେଳେ ଓଭରସିଅର ପ୍ରଫୁଲ୍ଲ ପ୍ରଧାନ ଭେଟିଥିଲେ । ତେବେ ଖପ୍ରାଖୋଲ ବ୍ଲକ୍ ରେ ଚଳିତବର୍ଷ ମୋଟ ମଞ୍ଜୁର ହୋଇଥିବା ୨୪୬ ଟି ପ୍ରକଳ୍ପରୁ ଅଦ୍ୟାବଧି ୧୦ଟି ପଞ୍ଚାୟତରେ ୧୦୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଏଥି ମଧ୍ୟରେ ଓଡିଆପାଲି  ୮, ଘୁନସର ୫୨, ସାହାଜପାଣି ୩୦, ମାଲପଡା ୨୮, ଟଙ୍କପାଣି ୬୧, କରୁଆଁଝର ୨, ଧଣ୍ଡାମୁଣ୍ଡା ୭, ପଡିଆବାହାଲ ୧ , ଖପ୍ରାଖୋଲ ୭ ଓ ରେଙ୍ଗାଲି ପଞ୍ଚାୟତରେ ୫୦ ଟି ପ୍ରକଳ୍ପ ଚାଲିଛି ।  ଏହି ହିତାଧିକାରୀଙ୍କ ଦରଖାସ୍ତ ଉଦ୍ୟାନ ବିଭାଗ ଜରିଆରେ  ସଂଗୃହୀତ ହୋଇଛି ।  ତେବେ ଏହିସବୁ ହିତାଧିକାରୀଙ୍କ ଫାର୍ମପଣ୍ଡ୍ ର ମଷ୍ଟରରୋଲ୍ ଓ କ୍ୟାସ୍ ରେକର୍ଡ ଯାଞ୍ଚ୍ ପରେ ଏହି ଦାଦନପ୍ରବଣ ବ୍ଲକ୍ ଓ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ୍ ରେ ଏହି ପ୍ରକଳ୍ପଗୁଡିକରେ ପ୍ରକୃତରେ ଶ୍ରମିକ ନା ଜେସିବି କାମ କରିଛି, ଏହି ଅଭିଯୋଗର ସତ୍ୟତା ଜଣାପଡିବ ବୋଲି ଜନମତ ପ୍ରକାଶ ପାଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like