-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
24-Jun-2022
ବୌଦ୍ଧ(ଅକୃର ସାହୁ) : ବୌଦ୍ଧଜିଲାରେ କିଡନୀ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ବିଶେଷ ଭାବରେ ଜିଲାର ହରଭଙ୍ଗା ବ୍ଲକରେ କିଡନୀ ରୋଗ ତାର ବିଭୀଷିକା ଦେଖାଉଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ବିଭିନ୍ନ ସଂସ୍ଥା ଜରିଆରେ କିଡନୀ ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଇଦେବାର ବ୍ୟବସ୍ଥା କରାଇଛନ୍ତି । ଏହି ପରିପ୍ରେକ୍ଷିରେ କଟକର ଚିତଜ୍ଞାନୀ ଚେରିଟେବଲ ଟ୍ରଷ୍ଟ ପକ୍ଷରୁ ବୌଦ୍ଧଜିଲାର ହରଭଙ୍ଗା ବ୍ଲକରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ୨୬ ତାରିଖ ଦିନ ହରଭଙ୍ଗା ଆଂଚଳିକ ମହାବିଦ୍ୟାଳୟଠାରେ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କ ପାଇଁ ହେବାକୁଥିବା ଏହି ଶିବିରରେ ଭୁବନେଶ୍ୱର,ବୁର୍ଲା ମେଡିକାଲ କଲେଜର ବିଶେଷଜ୍ଞ ଚିକିତ୍ସିକମାନଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଅତ୍ୟାଧୁନିକ ପଦ୍ଧତି ଯଥା ଇସିଜି,ଏକ୍ସ-ରେ ଓ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ କରାଯିବ । ଏଥିପାଇଁ ବରିଷ୍ଠ ନାଗରିକ ଓ କିଡନୀ ରୋଗୀମାନଙ୍କୁ ଉକ୍ତଦିନ ସକାଳ ୮ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ ନିଜର ନାମ ପଂଜିକୃତ କରିବାକୁ ନିବଦେନ କରାଯାଇଛି । ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଯୋଗଦେଇ ଲାଭ ଉଙ୍ଖାଇବାକୁ ଆୟୋଜକଙ୍କ ପକ୍ଷରୁ ନିବଦେନ କରାଯାଇଛି ।