-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ସୁବର୍ଣ୍ଣପୁର// ବିଶ୍ୱ ଯୋଗ ଦିବସରେ ସୁବର୍ଣ୍ଣପୁର ଜ଼ିଲ୍ଲାର ବିଭିନ୍ନ ଜାଗାରେ ଯୋଗ ପ୍ରଶିକ୍ଷଣ ଶିବିର, ଯୋଗ ମୋହତ୍ସଵ ସମିତି ସୁବର୍ଣ୍ଣପୁର ତରଫରୁ ଏକଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଯୁବ ଯୋଗାଚାର୍ଯ୍ୟ ମନୋଜ କୁମାର ପଣ୍ଡା ଯୋଗ ପ୍ରଶିକ୍ଷଣ ଦେଇଥିଲେ ଓ ରଶ୍ମିରଂଜନ ଦାସ ସହଯୋଗ କରିଥିଲେ l ତରଭା ଠାରେ ମାଙ୍ଗେଲାଲ ଅଗ୍ରୱାଲ, ରାଜେନ୍ଦ୍ର ଶର୍ମା, ରାମ ନାରାୟଣ ସାହୁ ସମେତ ବହୁ ଯୁବକ ଉପସ୍ଥିତ ରହି ଯୋଗ ପ୍ରଶିକ୍ଷଣ ନେଇ ଥିବା ବେଳେ ଏବର୍ଷର ବିଶ୍ୱ ଯୋଗ ଦିବସକୁ ସଫଳ କରିବା ସକାଶେ ଦୀର୍ଘ ଗୋଟିଏ ମାସ ଆଗରୁ ପ୍ରତି ବ୍ଲକରୁ ଦଶ ଜଣ ଲେଖାଏଁ ଯୋଗ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆ ଯାଇଥିଲା l ଯୋଗ ପ୍ରଶିକ୍ଷଣ ଦ୍ୱାରା ୟୋଗ ଦିବସକୁ କିପରି ସଫଳ କରାଯାଇ ପାରିବ ତରଭା ନଗର ତଥା ତହସିଲର ବିଭିନ୍ନ ଅଞ୍ଚଳରେ ପାଳନ କରାଯିବ ସେ ନେଇ ଓଡ଼ିଶା ଯୋଗ ସଂସ୍ଥାନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା l ଯୋଗ ଗୁରୁ ଶ୍ରୀ ପଣ୍ଡା ବିଶ୍ୱ ଯୋଗ ଦିବସରେ ସକାଳ ୫.୧୫ ରୁ ଏସ୍ ବି ଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ର କର୍ମଚାରୀ ଙ୍କୁ, ତାପରେ ୭ ଘଣ୍ଟା ରେ ଜିଲ୍ଲା ଫୌଜଦାରୀ ଓ ଦେୱାନୀ ଅଦାଲତ ସମ୍ମୁଖରେ ସମସ୍ତ ଆଇନଜୀବୀ, ବିଚାରପତିଙ୍କୁ
ତାପରେ ୭.୪୫ ରେ କେନ୍ଦୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ, ପରେ ଲଗାତାର ଭାବେ ପଦ୍ମିନୀ ଦେବୀ କଲେଜ ଛାତ୍ରଛାତ୍ରୀ ଙ୍କୁ, ଜିଲ୍ଲା ଉପ କାରାଗାର , କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀଙ୍କୁ, ପରେ କିଡ୍ସ ଇଂଲିଶ ମିଡ଼ିଅମ ସ୍କୁଲ ଓ ଶେଷରେ କୋଶଳ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଭୋର ୫ ଟା ରୁ ଦିବା ୧୨ ଘଣ୍ଟା ଯାଏ ସହର ତଥା ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାରାଥନ ଗସ୍ତ କରି ଖୁବ ସୁନ୍ଦର ଭାବେ ବିଭିନ୍ନ ଭାଷାରେ ଯୋଗ ପ୍ରଶିକ୍ଷଣ ପ୍ରଦାନ କରି ଶ୍ରୀ ପଣ୍ଡା ନିଜର ପୋଲିସ ଡିଉଟି ସାଙ୍ଗେ ସାଙ୍ଗେ ଏତେ ସମୟ ଧରି ସମାଜ ସୁଧାର କାମରେ ଜ଼ିଲ୍ଲା ପୋଲିସ ବିଭାଗ ର ଊଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରେରଣା ଉତ୍ସାହ ଯୋଗୁଁ ସବୁଠି ନିଜେ ପ୍ରଶଂସିତ ହେବା ସହିତ ପୋଲିସ ବି ବିଭାଗର ମଧ୍ୟ ଗୌରବ ବଢ଼ାଇ ପାରିଛନ୍ତି l