-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
23-Jun-2022
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) - Office of the CDM& PHO-Cum Dist- Mission Director Balangir ଙ୍କ advt no . 1980 ଅନୁଯାୟୀ ଗତ ତା:୨୨.୦୬.୨୦୨୨ ରିଖ୍ ରେ Contractual Nutritionist ପଦବୀ ପାଇଁ ପରୀକ୍ଷା ହୋଇଥିଲା । ଏହି ପଦବୀ ପାଇଁ ପ୍ରାୟ ୧୫ ଜଣ ମହିଳା ପରୀକ୍ଷା ଦେବା ପାଇଁ ଆସିଥିଲେ । କାରଣ ଏହି ପଦବୀ କେବଳ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ । ଚାରି ସ୍ଥରରେ ପରୀକ୍ଷା ହୋଇଥିବା ଚର୍ଚ୍ଚା ହୁଏ । Written,computer, viva & group discussion ହୋଇଥିବା ବେଳେ ଅନେକ ମହିଳା ପ୍ରାର୍ଥୀ document verification ରେ ତାଙ୍କ ପ୍ରାର୍ଥୀତ୍ବ ହରାଇଥିବା ଚର୍ଚ୍ଚା ହୁଏ । ଏଠି ପ୍ରଶ୍ନ ହୁଏ ୱାକ୍-ଇନ-ଇଣ୍ଟରଭ୍ୟୁ advertisement ରେ ଉଲ୍ଲେଖ ଥିବା ବେଳେ କେଉ କେଉଁ ସ୍ଥରରେ ପରୀକ୍ଷା ହେବ ପ୍ରାର୍ଥୀ ମାନଙ୍କୁ ନ ଜଣାଇ ହଠାତ୍ ଚାରି ସ୍ଥରରେ ପରୀକ୍ଷା କରିଥିବା କେତେ ଦୂର ଯଥାର୍ଥ । ଇଣ୍ଟରଭ୍ୟୁ ସରିଲା ପରେ ଅନେକ ପ୍ରାର୍ଥୀଙ୍କ ଆଶା ମଉଳିଯାଇଥିବା ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ ଏହି ପଦବୀ ପାଇଁ ଜଣେ ମେହେର ମହିଳା ନାମ୍ନୀଙ୍କ ନାମ ଚର୍ଚ୍ଚା ହୋଇଥିଲା । ଇଣ୍ଟରଭ୍ୟୁ ରେଜଲ୍ଟ ବାହାରିବା ପୂର୍ବରୁ ଉକ୍ତ ମହିଳା ଜଣକ ପାଇବେ ବୋଲି ଜଣା ପଡ଼ିଲା କିପରି ତଦନ୍ତ ସପେକ୍ଷ। ଯଦି ଏହା ସତ ତେବେ ଏମ ଟନିକ ର ପ୍ରଭାବ ବୋଲି ଚର୍ଚ୍ଚା ହୁଏ । ମେଡ଼ିକାଲ ଉଚ୍ଚ ପଦାଧିକାରୀ ଏହି ସମ୍ବେଦନଶୀଳ ବିଷୟରେ ଅନୁଧ୍ୟାନ କରି ଉଚିତ୍ ପ୍ରାର୍ଥୀ ଙ୍କୁ ଚୟନ କଲେ ବିଭାଗ ପ୍ରତି ବିଶ୍ୱାସ ରହିବ ।