-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ମୃତ୍ତିକା ସଂରକ୍ଷଣ ବିଭାଗରେ ମହା ଘୋଟାଲା: ମିଛ ଶ୍ରମିକ ନାଁ ରେ କୋଟି କୋଟି ଟଙ୍କା ର ଜାଲ୍ ଶ୍ରମ ଦିବସ

21-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଏକଦା ମୃତ୍ତିକା ସଂରକ୍ଷଣ ବିଭାଗରେ କୋଟି କୋଟି ଟଙ୍କାର ମହାଦୁର୍ନୀତି ପରେ ପରେ ଏହାକୁ ଜଳବିଭାଜିକା ପ୍ରକଳ୍ପ ଓ  ଜୀବିକା ନିର୍ବାହ ପ୍ରକଳ୍ପ ବା  ପଶ୍ଚିମ ଓଡିଶା ଜୀବିକା ନିର୍ବାହ ପ୍ରକଳ୍ପରେ  ପରିବର୍ତ୍ତନ କରି ' ନୂଆ ବୋତଲରେ ପୁରୁଣାମଦ ' ପରି କରିଦିଆଗଲା । ଏବେ ସେହି ବିଭାଗର ନା ଅଛି ଜଳଅମଳ ପ୍ରକଳ୍ପ ନା ବନୀକରଣର ନା ରହିଛି ଜୀବିକା ନିର୍ବାହ ପ୍ରକଳ୍ପର ଚିହ୍ନବର୍ଣ୍ଣ  !  

ତେବେ ଏବେ ବି ମୃତ୍ତିକା ସଂରକ୍ଷଣ ବିଭାଗ ରହିଛି  ଓ କାମ କରୁଥିବା ସମ୍ପର୍କରେ ବିଶେଷ କେହି ଜାଣନ୍ତି ନାହିଁ । କାରଣ ଏବେ ସେହିସବୁ ଅଫିସ୍ ଗୁଡିକର ବାହାର ଗେଟ୍ ଓ କବାଟ ବନ୍ଦ କରିଦିଆଯାଇ ଭିତରେ ଭିତରେ ଚୋର ପରି କେବଳ ହିସାବକିତାବ କରି ଗୁପ୍ତଭାବେ କୋଟି କୋଟି ଟଙ୍କାର କାମ ଚାଲିଛି । ଏହାର ଜଣେ ପିଡି ବା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାସ୍ତରରେ ରହୁଛନ୍ତି ।  ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ବି ପୂର୍ବରୁ ଥିବା ଅଫିସ୍ ଗୁଡିକ ରହିଛି । ଏହି ବିଭାଗରେ ମନରେଗା ଯୋଜନାରେ ଚାଷୀଙ୍କ ଜମିରେ ମାଟି ଖୋଳା, ଚହଲା ଖନନ ଇତ୍ୟାଦି ଶ୍ରମଭିତ୍ତିକ ପ୍ରକଳ୍ପଗୁଡିକ ଚାଲିଆସୁଛି । ଏହା ମୁଖ୍ୟତଃ ଦାଦନଶ୍ରମିକ ଚାଲାଣ ରୋକିବାକୁ ବା ଗ୍ରାମାଞ୍ଚଳର ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବାକୁ ଉଦ୍ଦିଷ୍ଟ ହୋଇଥିଲେ ହେଁ  ଏହାକୁ ମାଟିକାମ ବା ଚହଲାଖୋଳା ଭାବେ ଦର୍ଶାଇ  ଶ୍ରମିକଙ୍କ ବଦଳରେ ଜେସିବି ବା ମେସିନରେ ମାଟିଖୋଳାଯାଇ ଜାଲ୍ ଶ୍ରମିକଙ୍କ ନାଁ'ରେ ଆକାଉଣ୍ଟ୍ ଖୋଲି ମିଥ୍ୟାଶ୍ରମଦିବସ ସୃଷ୍ଟି ବୋଲି ସରକାରଙ୍କୁ ରୀତିମତ ଠକାଯାଇଆସୁଛି । ଆଶ୍ଚର୍ଯ୍ୟର ବିଷୟ ଯେ ଏହା ଜିଲ୍ଲାପାଳ, ପିଡି ବା ପ୍ରଶାସନିକ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲିଆସିଥିଲେ ହେଁ, ସେମାନେ ନ ଜାଣିଲା ପରି ଚୁପ୍ ରହୁଛନ୍ତି । ଏହି ଜ୍ଞାତସାର ନୀରବତାର ଅର୍ଥ କ'ଣ  ? 

ସେହିପରି ନିର୍ବାଚିତ ଲୋକପ୍ରତିନିଧିମାନଙ୍କର ଏଥିପ୍ରତି ନିଘା ନାଇଁ ବା ସେମାନଙ୍କ ମଗଜରେ ଅଦ୍ୟାବଧି ଅନ୍ୟାନ୍ୟ ସରକାରୀ ଯୋଜନାର ଗୋଲକଧନ୍ଦା ପରି ଏହା ଢୁକିପାରିନାହିଁ  !

ନିକଟରେ ଆଗଲପୁର ଅଞ୍ଚଳ ବା ଡୁଡୁକା ବ୍ଲକ୍ ରେ ଏହି ବିଭାଗର ଅବସ୍ଥିତି ବା କାର୍ଯ୍ୟକଳାପ ସମ୍ପର୍କରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା । ଏଥିରେ ଏହି ବ୍ଲକ୍ ବା ଜିଲ୍ଲାର କେଉଁଠି ଏହି ବିଭାଗର ଅଫିସ୍ ରହିଛି ବା ଅଧିକାରୀମାନେ କିଏ, ଲୋକେ ଜାଣିପାରୁ ନଥିବା ପ୍ରକାଶ ପାଇଥିଲା ।

ତଦନୁରୂପେ  ଦାଦନପ୍ରବଣ  ଖପ୍ରାଖୋଲ ବ୍ଲକ୍ ରେ ବି ଏହି ବିଭାଗରେ ଶ୍ରମିକଙ୍କ ବଦଳରେ ବ୍ୟାପକଭାବେ ଦଲାଲଙ୍କ ଜରିଆରେ ଜେସିବି ଲଗାଇ ମାଟିଖୋଳା ଯାଉଥିବା ଦେଖାଯାଉଛି । ଏଠାରେ ଧଣ୍ଡାମୁଣ୍ଡା ଶାନ୍ତିପୁର, ଖପ୍ରାଖୋଲ ବ୍ଲକ୍ ପରିସର ବା ପାଟଣାଗଡଠାରେ ରହିଥିବା ପୂର୍ବର ଅଫିସ୍ ଗୁଡିକର ଗେଟ୍ ବନ୍ଦ କରିଦିଆଯାଇଛି । ଦେଖିଲେ, ଏଗୁଡିକ ଏକ ଉଜୁଡା ଭୂତକୋଠିର ଧାରଣା ଆସେ  । ଏକ ସୂତ୍ରରୁ ପ୍ରକାଶ ଯେ, କେବଳ ୨୧ ଟି ପଞ୍ଚାୟତ ବିଶିଷ୍ଟ ଖପ୍ରାଖୋଲ ବ୍ଲକ୍ ରେ ଏହି ବିଭାଗ ଚଳିତବର୍ଷ ପ୍ରାୟ ୪୦୦ ଟି ପ୍ରକଳ୍ପ କରିଛି । ସବୁଗୁଡିକୁ ଦଲାଲ ଲଗାଇ ଜେସିବିରେ ଖୋଳାଯାଇଛି । କମିଶନ ଦେଇ ତଥାକଥିତ ଚାଷୀ ବା ଲୋକଙ୍କ ନାଁ'ରେ ବିଭିନ୍ନ ବ୍ୟାଙ୍କ୍ ରେ ଆକାଉଣ୍ଟ୍ ଖୋଲି କୋଟି କୋଟି ଟଙ୍କା ଉଠାଯାଇଆସୁଛି । ଗୋଟିଏ ପ୍ରକଳ୍ପକୁ ୧ ଲକ୍ଷ ୬୦ ହଜାର / ୧ ଲକ୍ଷ ୭୦ ହଜାର ଲେଖାଏଁ ବ୍ୟୟ ଅଟକଳର ଏତେ ପରିମାଣରେ ଜାଲିଆତି କରାଯାଇ ସରକାରୀ ଯୋଜନାର ଅର୍ଥହଡପର ତଦନ୍ତ କରିବ କିଏ  ?  ଏବେ ବର୍ଷାଋତୁ ନିମନ୍ତେ ଚଳିତ ଜୁନ୍ ପନ୍ଦର ତାରିଖ ପରଠାରୁ ମନରେଗାର ମାଟିକାମ ବନ୍ଦ ରହିବାକଥା । ତେବେ ଅଦ୍ୟାବଧି ଏହା ଚାଲିଥିବା ଦେଖାଯାଇଛି । ଏଣୁ ଏବେ ଏହି ମିଛଶ୍ରମିକଙ୍କ ମେସିନ୍ -ଖୋଳା -ମନରେଗା-ଯୋଜନାରେ ଶତାଧିକ ଫେକ୍ ପ୍ରକଳ୍ପର କୋଟି କୋଟି ଟଙ୍କାର ବିଲ୍ ଉଠାଣ ହେଉଥିବା କିଓସ୍କ ସମେତ ସମ୍ପୃକ୍ତ ବ୍ୟାଙ୍କ୍ ଗୁଡିକର ଜାଲ୍ ଆକାଉଣ୍ଟ୍ ଯାଞ୍ଚ୍ ସହିତ ଜିଲ୍ଲାବ୍ୟାପି ଏହାର ରେକର୍ଡ ଜାଲିଆତି ଓ କ୍ଷେତ୍ର ତଦନ୍ତ ନିମନ୍ତେ ସରକାର ସିବିଆଇ, ଭିଜିଲାନ୍ସ ଓ ସ୍ବତନ୍ତ୍ର ତଦନ୍ତ କମିଶନ ଗଠନ କରି  ଦୁର୍ନୀତି ଓ ଅନିୟମିତତାର ପର୍ଦ୍ଦାଫାଶ୍ କରିବାକୁ ଲୋକେ ଦାବି କରୁଛନ୍ତି । ଏ ଦିଗରେ ବିରୋଧୀଦଳ, ରାଜନେତା ଓ ଗଣମାଧ୍ୟମ ମଧ୍ୟ ତତ୍ପରତା ପ୍ରକାଶ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦୃଷ୍ଟିଆକର୍ଷଣ କରାଯାଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like