ଲାଙ୍ଗିର(ଅନ୍ତର୍ଯ୍ୟାମୀ ସାହୁ) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ ଟିକ୍ରାପଡା ସ୍ଥିତ “ଶ୍ରୀକ୍ଷେତ୍ର” ଚାନ୍ଦ ମନ୍ଦିର ଠାରେ ଶ୍ରୀଜୀଉଙ୍କର ସ୍ନାନ ଯାତ୍ରା ସହ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ସକାଳ ଘ.୧୦ ରୁ ସ୍ନାନ ଯାତ୍ରା ଆରମ୍ଭ ହୋଇ ମଧ୍ୟାହ୍ନ ରେ ସମାପନ ହୋଇଥିବା ବେଳେ ସନ୍ଧ୍ୟା ଘ.୫ ରୁ ଶ୍ରୀ ଜୀଉମାନଙ୍କର ଗଜାନନ ବେଶ ଆରମ୍ଭ ହୋଇଥିଲା । ସହରରେ ବହୁତ ସୁନ୍ଦର ସାଜସଜ୍ୟାରେ ଏହି ବେଶ ହେଉଥିବାରୁ ଏବଂ ସହି ବେଶରେ ଶ୍ରୀ ଜୀଉଙ୍କ ଦର୍ଶନ କଲେ ଜଣା ଅଜଣାରେ ଅର୍ଜିତ ସମସ୍ତ ପାତକ ଖଣ୍ଡନ ହୋଇ କୋଟି ପୂଣ୍ଣ୍ୟ ତିର୍ଥର ପୂଣ୍ୟଫଳ ମିଳୁଥିବାରୁ ବିଶ୍ୱାସ ରହିଛି । ଏହି କାରଣରୁ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ଏହି ଅବସରରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂର୍କିର୍ତ୍ତନ୍ୟ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ମହାପ୍ରଭୁଙ୍କୁ ହାତୀ ବେଶରେ ସଜାଇଥିଲେ ନିମାଇଁ ଚରଣ ହାତୀ, ଦ୍ୱୀଜରାଜ ମିଶ୍ର, ସତ୍ୟ ନାରାୟଣ ଶତପଥୀ, ପରିଶେଷରେ ଚାନ୍ଦ ରଥ କମିଟିର ସଭାପତି ପ୍ରଦୀପ ଚାନ୍ଦ ସମସ୍ତଙ୍କର ସହଯୋଗରେ ଏହି କାର୍ଯ୍ୟକୁ ସୂଚାରୁ ରୂପେ ସଂପାଦନ କଲା ପରେ ଆଗାମୀ ରଥଯାତ୍ରାରେ ମଧ୍ୟ ସମସ୍ତଙ୍କର ଆକୁଣ୍ଠ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ରଞ୍ଜିତ ପଣ୍ଡା, ମହେନ୍ଦ୍ର ବାଗ, ଅଶୋକ ଚାନ୍ଦ, ସୁଧୀର ଚାନ୍ଦ, ରାଜୀବ ମିଶ୍ର, ପଦ୍ମ ଲୋଚନ ଯୋଷୀ, ରାଜୀବ ବେହେରା, ଛାୟାକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।
"/>-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News