-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
15-Jun-2022
ରେଢାଖୋଲ ( ଅନୀଲ କୁମାର ପୃଷ୍ଟି ) ରେଢାଖୋଲ ଉପଖଣ୍ଡ କୁଡ଼ାନାଳୀ ଗ୍ରାମ ରେ ପ୍ରତିଷ୍ଠିତ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ପବିତ୍ର ରଜ ପର୍ବରେ ଏକ ଦେଶାତ୍ମବୋଧକ ଗୀତ ଲୋକାର୍ପିତ ହୋଇଛି । 'ସୁନ୍ଦର ଓଡ଼ିଶା ଭୂଇଁ 'ଶୀର୍ଷକ ଏହି ଗୀତ ଟିକୁ ସମ୍ବଲପୁର ମାନ୍ୟବର ସାଂସଦ ନିତେଶ ଗଙ୍ଗଦେବ ଆନୁଷ୍ଠାନିକ ଭାବେ ଲୋକାର୍ପିତ କରି ସୁନ୍ଦର ଦେଶାତ୍ମବୋଧକ ଗୀତ ଟି ହୋଇଛି ବୋଲି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ପ୍ରଯୋଜକ ସରୋଜ କୁମାର ରାଉତ ଓ ଶ୍ରୀମତୀ ରଶ୍ମିତା ରାଉତ ଉପସ୍ଥିତ ରହି ଆଗାମୀ ଦିନ ରେ ଆଦ୍ୟାଶା ମ୍ୟୁଜିକ ପକ୍ଷରୁ ନବାଗତ କଳାକାର ମାନଙ୍କୁ ପ୍ରାଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ଏହି ଗୀତ ଟିକୁ ଡକ୍ଟର ତନ୍ନୟ କୁମାର ରଚନା କରିଥିବେଳେ ସ୍ୱର ଦେଇଛନ୍ତି ସୀମାରାଣୀ ସାହୁ ଓ ତନ୍ମୟ କୁମାର ,ସଙ୍ଗୀତ ନିର୍ଦ୍ଦେଶନା ଜିତେନ ଦେଇଥିବେଳେ ପ୍ରଯୋଜନା ପରିଚାଳନା ଆୟୁଷ ରଞ୍ଜନ ରାଉତ କରିଛନ୍ତି ।