-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ତାରାପୁରଗଡ ମିନି ଷ୍ଟାଡିୟମ ପଛପଟ ମହାନଦୀ କୂଳ ରାସ୍ତାର ଏକ ଗଛରେ ଆଜି ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଲୋକେ ଦେଖିଥିଲେ ।ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମୃତ ବିବାହିତା ମହିଳା ଜଣକ ଶାୟା ପିନ୍ଧିଥିବା ବେଳେ ତାଙ୍କର ଶାଢ଼ୀ ଟି ବେକରେ ଗୋରେଇ ଗଛର ଏକ ଡାଳରୁ ତଳକୁ ଝୁଲୁଥିଲା ଯାହାକି ମୃତ ମହିଳାଙ୍କ ଗୋଡର ଆଣ୍ଠୁ ମାଟିରେ ଲାଗିରହିଥିବାରୁ ଆତ୍ମହତ୍ୟା କି ହତ୍ୟା ସେନେଇ ସନ୍ଦେହ ସୃଷ୍ଟି କରିଛି ।ଘଟଣା ପରେ ମହିଳାଙ୍କ ଚିହ୍ନଟ ପାଇଁ ସେହି ସ୍ଥାନରେ ଲୋକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା ମାଜିଷ୍ଟ୍ରେଟ ଦାୟିତ୍ୱରେ ବିନିକା ଅତିରିକ୍ତ ତହସିଲଦାର ରୂପକ କୁଜୁର ଏବଂ ବଲାଙ୍ଗିରରୁ ସାଇଣ୍ଟିକଫିକ ଟିମ ଆସିବା ପରେ ଝୁଲୁଥିବା ମହିଳାଙ୍କ ମୃତଦେହ ଗଛରୁ ଉଦ୍ଧାର କରାଯାଇ ବିନିକା ଡାକ୍ତରଖାନାରେ କିଛି ସମୟ ରଖିବା ପରେ ଚିହ୍ନଟ ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୨ଘଣ୍ଟା ରଖାଯିବ ବୋଲି ସୂଚନା ମିଳିଛି ।