-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇ ଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ.(ଭାରପ୍ରାପ୍ତ) ଡା ପଦ୍ମହଂସା ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ସଭାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଶ୍ୱ ରକ୍ତଦାତା ଦିବସରେ ସମସ୍ତ ସୁସ୍ଥ ବ୍ୟକ୍ତି ରକ୍ତଦାନ କରିବା ସକାଶେ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ l ବେପରୁଆ ହୋଇ ଦୁର୍ଘଟଣାରେ ରକ୍ତକୁ ରାସ୍ତାରେ ନଷ୍ଟ ନ କରି ସତର୍କତା ସହ ଗାଡି ଚଳାଇ ନିଜକୁ ସୁରକ୍ଷିତ ରଖି ବହୁମୂଲ୍ୟ ରକ୍ତକୁ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ପରାମର୍ଶ କରିଥିଲେ l ଆମ ଦେଶ ବ୍ୟବସାୟିକ ମନୋବୃତ୍ତି ନ ରଖି ନିଜ ଦେଶର ତିଆରି ଖଣିଜ ପଦାର୍ଥ, ଖାଦ୍ୟ, କୋଭିଡ ଟୀକା ଭଳି ସଙ୍କଟ ବେଳେ ଅନ୍ୟ ଦେଶକୁ ବଳକା ଜିନିଷ ଯେମିତି ପଠାଇ ସାହାଯ୍ୟ କରିଥାଏ l ସେମିତି ଆମ ଜ଼ିଲ୍ଲା ପରି ସମସ୍ତେ ଏଭଳି ଉଦ୍ୟମ ରଖିଲେ ବିଦେଶକୁ ରକ୍ତ ବି ପଠାଇବାରେ ଦିନେ
ସଫଳ ହେବା ବୋଲି ମତ ରଖି ଥିଲେ l ଆହୁରି କହିଥିଲେ ଯେ ଏକଜୁଟ ହୋଇ ଜଳ ଓ ସମଗ୍ର ପରିବେଶର ସୁରକ୍ଷା ନ କଲେ ଆଗାମୀ ଦିନରେ ପୁଣି ଦୁର୍ଭିକ୍ଷର ଶିକାର ହେବା l ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌରlଧ୍ୟକ୍ଷା ପ୍ରକାଶ ସାହୁ, ଡ. ମଞ୍ଜୁରାଣୀ ସିଂ, ଏ.ଡି.ପି.ଏଚ୍.ଓ (ଏଫ୍ ଡବ୍ଲ୍ୟୁ), ଡି ପି ଏମ୍ ବିଶ୍ୱମ୍ବର ବେହେରା , ସମାଜସେବୀ ତଥା ରକ୍ତ ଭଣ୍ଡାର ମେନେଜମେଣ୍ଟ କମିଟି ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସକାଳ ୭ଘଣ୍ଟା ସମୟରେ ସୋନପୁର କଲେଜ ଏନ୍ ସି ସି ଅଧକ୍ଷ ଲେଫ୍ଟନେଣ୍ଟ ଆଶୀଷ ଅଗ୍ରୱାଲଙ୍କ ନେତୃତ୍ୱ ରେ ସମର ଶିକ୍ଷ୍ୟାଥୀ ବାହିନୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସ୍ୱଚ୍ଛ ଭାରତ ସଂଗଠନ, ଜିଲ୍ଲା ରକ୍ତଦାତା ସେବା ସଂଘ , ପାଏଁରୀ, ଓ ଅଗ୍ରଣୀ ସମାଜସେବୀ ସଂଗଠନ, କର୍ମକର୍ତାଙ୍କୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ଶୋଭାଯାତ୍ରା ସାରା ସହର ପରିକ୍ରମା କରିଥିଲେ l ଆୟୋଜିତ ସଚେତନତା ସଭାରେ ଜିଲ୍ଲାର ୬ ଟି ବ୍ଲକର
୬ ଟି ସଂଗଠନ ଯଥା ମାହେଶ୍ୱରୀ ସେନା, ମାହେଶ୍ୱରୀ ସଂଗଠନ, WOYM , ସେବା ଫାଉଣ୍ଡେସନ, ବଜରଙ୍ଗ ଦଳ, ଜିଲ୍ଲା ରକ୍ତଦାତା ସଂଘ ସମେତ ରକ୍ତଦାତା ସ୍ୱାସ୍ଥ୍ୟକର୍ମୀ ବ୍ରଜେଶ୍ବରୀ ପାତ୍ର, ଦେବରାଜ ଦାସ, ମନୋଜ ପଣ୍ଡା, ଭିନ୍ନକ୍ଷମ ମୋହନ ଦଣ୍ଡିଆଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ସହିତ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇ ଥିଲା l ଏହି ଅବସରରେ ମନୋରଞ୍ଜନ ତ୍ରିପାଠୀ ଓ ମନୋଜ ପଣ୍ଡା ନିଜ ନିଜର ଅନୁଭୂତି ବାଣ୍ଟି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସଭା ପରେ ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ରରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାଙ୍କ ପରୋହିତ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଥିଲା l ସଭାକାର୍ଯ୍ୟକୁ ଏ ଡି ପି ଏଚ୍ ସି ଓ ଅକ୍ରୁର କୁମାର ହୋତା ପରିଚାଳନା କରିଥିଲେ l ନାରାୟଣ ରଥଙ୍କ ସମେତ ଏନ୍ ସି ସି ଛାତ୍ରୀ ମାନେ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଚାକିରୀରେ ପୋଲିସ ଅଫିସର ହେଲେ ବି ସାମାଜିକ କାର୍ଯ୍ୟକ୍ରମରେ ଏସ୍.ପି ଶ୍ରୀ ପଣ୍ଡାଙ୍କ ଦୃଢ଼ ଇଚ୍ଛା, ସହାଭାଗିତା, ବିଭିନ୍ନ ପରାମର୍ଶ ଓ ଉପଦେଶ ସବୁ ବର୍ଗର ଲୋକଙ୍କୁ ଖୁବ ପ୍ରେରଣା ଦେଇଛି ବୋଲି ଜ଼ିଲ୍ଲାର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି l