-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
କର୍ଲାମୁଣ୍ଡା(ପ୍ରଦୀପ କୁମାର ସାହୁ
କଳିଙ୍ଗ ଡେୟାର ଡେଭିଲସ ଓ ଥିଲୋଫିଲିଆର ମିଳିତ ଆନୁକୂଲ୍ୟରେ ଚୟନ ହୋଇଥିବା ଓଡ଼ିଶାର ୨୪ ଜଣ ପର୍ବତ ଚଢାଳି ଦଳ ଚଳିତ ମାସ ୧୦ ତାରିଖରେ ୧୪୦୬୫ ଫୁଟ ଉଚ୍ଚ ବିଶିଷ୍ଟ ହାଂପ୍ତା ପାସ ପାହାଡ଼ ଶୀର୍ଷରେ ବରଫ ଝଡ଼ କୁ ସାମନା କରି ସେଠାରେ ଜାତୀୟ ପତାକା ଉଡାଇଥିଲେ।ଏହି ଦଳରେ କଳାହାଣ୍ଡି ଜିଲ୍ଲା ର ଅନେକ ଯୁବକଙ୍କ ସହ କେସିଙ୍ଗା ବ୍ଲକ ସିର୍ଜପାଲି ପଞ୍ଚାୟତ ଦିଗସିରା ଗାଁ ର ଅଭିଜିତ ଦାଶ୍ ସାମିଲ ହୋଇଥିଲେ।ତାଙ୍କରି ଏଭଳି ସଫଳତା ପାଇଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ଅଭିଜିତ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ନିରୀକ୍ଷକ କିଶୋର ଚନ୍ଦ୍ର ଦାଶ ଓ ମା ମହିଳା ସ୍ୱାସ୍ଥ୍ୟ କର୍ମୀ ନଳିନୀ ପ୍ରଭା ମିଶ୍ର ଙ୍କ ପୁଅ ଅଟନ୍ତ। ବର୍ତ୍ତମାନ ସେ କୃଷି ବିଭାଗ ରେ ଅଧ୍ୟୟନ ରତ ଅଛନ୍ତି | ଏଥିରେ କଳିଙ୍ଗ ଡେୟର ଡେଭିଲସ ର ସଭାପତି ଡ଼ ସତ୍ୟପିର ପ୍ରଧାନ ନେତୃତ୍ୱ ନେଇଥିଲେ।