-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବରଗଡ(ନିରଞ୍ଜନ ତ୍ରିପାଠୀ) ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଅଧିନସ୍ଥ ପଲସଦା ଗ୍ରାମର ଉଦୀୟମାନ କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତା ଚାଲିଥିଲାବେଳେ, ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ରେ ଲୁହୁରାକୋଟ ଦଳ ପଦମପୁର କୁ ୨୩ ରନ ରେ ହରାଇ ବିଜୟ ମୁକୁଟ ହାସଲ କରିବାରେ ସକ୍ଷମ ହୋଇ ଶେଷରେ ଚାମ୍ପିଅନ ହୋଇଥିଲେ । ମ୍ୟାନ ଅପ ଦ ମ୍ୟାଚ ଲୁହୁରକୋଟ ର ବିଶ୍ଵ ହୋଇଥିବାବେଳେ ପରେଶ ମ୍ୟାନ ଅଫ ଦ ସିରିଜ ହୋଇଥିଲେ। ବିଜୟୀ ଦଳକୁ ୧୫୦୦୦ଟଙ୍କା ଓ ଟ୍ରଫି ଏବଂ ରନର ଦଳକୁ ୧୦୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।
ଫାଇନାଲ ମ୍ୟାଚ କୁ ସୁବାସ ପଟେଲ ଓ ଶତ୍ରୁଘ୍ନ ପରିଚାଳନା କରିଥିବା ବେଳେ , ତୀର୍ଥ ସ୍କୋରିଂ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁରେନ୍ଦ୍ର ସିଂ ବରିହା , ସମ୍ମାନିତ ଅତିଥି ଭାବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ପୂର୍ବତନ ଅଧ୍ୟକ୍ଷ ତଥା ବିଜୁଜନତା ଦଳ ର ସୁ-ସଂଗଠକ ଶ୍ରୀମାନ ପ୍ରିତମ ମେହେର ଓ ମହେନ୍ଦ୍ର ସିଂ ବରିହା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରମୋଦ ବେହେରା , ସୁନିଲ ବାଘ , ଆଭାସ ପଟେଲ, , ପୂର୍ଣାନନ୍ଦ , ଯୁଗେଶ୍ୱର, ଆଲୋକ , ଗୌତମ ଆଦି ସାହାଯ୍ୟ କରିଥିଲେ