-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବଲାଙ୍ଗିର(ପ୍ରେରଣା ଖବର) ଜେ ଏସ୍ ଏମ୍ କମର୍ସ କଲେଜ୍ ତରଫରୁ ଆଜି ସ୍ଥାନୀୟ ମାରୱାଡି ସେବା ସଦନ ଠାରେ + ୨ ଓ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଫେରୱେଲ ସେରିମୋନି ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ +୨' ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ପୁଣି +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ମଧ୍ୟ ସିନିଅର ଛାତ୍ରଛାତ୍ରୀଙ୍କୁ ଫୁଲତୋଡା ପ୍ରଦାନ କରି ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ସିନିୟର୍ ଛାତ୍ର ମାନେ ମଧ୍ୟ କଲେଜରେ ନିଜ ଅଧ୍ୟୟନ ସମୟର୍ ସ୍ମୃତି ବଖାଣି ଥିଲେ l ଏହି ଅବସରରେ ଅନୁଷ୍ଠିତ ସଭାରେ ବଲାଙ୍ଗିର ମୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ରୋଟାରୀ ଏଲିଟ୍ ର ଧର୍ମେନ୍ଦ୍ର ନନ୍ଦ ଓ
ବଲାଙ୍ଗିର ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ ଅତିତି ଭବରେ ମଞ୍ଚାସୀନ ରହି ବିଦ୍ୟାର୍ଥୀ ମାନଙ୍କୁ ନିଷ୍ଠା ଓ ଅଧ୍ୟବସାୟ କୁ ପୁଞ୍ଜି କରି ଜୀବନରେ ଆଗକୁ ଯିବାକୁ ପଡିବ ବୋଲି କହିଥିଲେ l ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା l ଜେ ଏସ୍ ଏମ୍ କମର୍ସ କଲେଜର ନିର୍ଦ୍ଦେଶକ ସି.ଏ ଶ୍ରୀକାନ୍ତ ଶର୍ମା ଙ୍କ ପରିଚାଳନାରେ ଆୟୋଯିତ ଏହି ଫେରୱେଲ୍ ସେରିମୋନି ରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ l