-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Jun-2022
ବଲାଙ୍ଗିର(ପ୍ରେରଣା ଖବର) ଗତକାଲି ସଂସ୍କୃତ ଭାରତୀ ଶିବିର ତରଫରୁ ଏକ ପ୍ରାନ୍ତୀୟ ସ୍ତରୀୟ ଶିବିର ଚାଳକ ପ୍ରଶିକ୍ଷଣ ବର୍ଗ ଅନୁଷ୍ଟିତ ହୋଇଯାଇଛି l
ଏଥିରେ ସଂସ୍କୃତ ଭାଷା ଅଧୟନ ପ୍ରତି ଲୋକଙ୍କ କିପରି ଆଗ୍ରହ ବଢିବ ଓ ଲୋକେ କିପରି ଭବରେ ଏହାକୁ ସହଜରେ ବୁଝି ପାରିବେ ସେ ସମ୍ପର୍କରେ ସଚେତନ କରାଯାଇଥିଲା l ଜୁନ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ କଲେଜ ଚ୍ଛକ୍ ଶିଶୁ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ଶାନ୍ତି ପଡା ଦେଇ ସ୍ଥାନୀୟ ସରୋଜିନୀ ରେସିଡ଼େନ୍ସି ଠାରେ ପହଂଚି ଥିିଲା l ସଂସ୍କୃତ ଭାରତୀର ପ୍ରାନ୍ତୀୟ ସମ୍ପାଦକ ଅଜିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ପରିଚାଳିତ ଏହି ଶିବିରରେ ବହୁ ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l