-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Jun-2022
ବଲାଙ୍ଗିର (ପ୍ରେରଣା ଖବର) ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେବାରୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ ଓ ଲିଙ୍କନ ସେଠଙ୍କ ସଂଯୋଜନାରେ ଆଜି ଏକ ଘଣ୍ଟା
ମଧ୍ୟରେ ୬ ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରି ଚିକିତ୍ସାଧୀନ ରୋଗୀ ମାନଙ୍କୁ ୬ ୟୁନିଟ ରକ୍ତ ଦିଆଗଲା।
ରକ୍ତଦାନ କରି ମୂଲ୍ୟବାନ ଜୀବନମାନ ରକ୍ଷା କରିଥିବାରୁ ଏହି ରକ୍ତବୀର ମାନଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ଆଗାମୀ ଦିନରେ ରକ୍ତର ଅଭାବରୁ ଯେପରି କାହାର ଜୀବନ ନଷ୍ଟ ନ ହେବ ସେଥିପ୍ରତି ଆମ ସଂଗଠନ ସର୍ବଦା ଚେଷ୍ଟିତ ରହିବ ବୋଲି ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ମାନେ କହିଛନ୍ତି l