-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
12-Jun-2022
ବିନିକା, (ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ୍ ଅଇଁଲାମୁଣ୍ଡା ଦାଦର ନିବାସି ନୀଳା ବିଭାର ଏବଂ ଚକାମନ ବଗର୍ତ୍ତୀଙ୍କ ପରିବାରର ଚାରିବଖରା ଘର ପୋଡି ଭଷ୍ମିଭୁତ। ସୂଚନାଯୋଗ୍ୟ ଯେ ଘର ନିକଟରେ ଥିବା ଚାଷ ଜମିରେ କେହିଜଣେ ନିଆଁ ଲଗାଇ ନଡା ପୋଡିବାରୁ ପ୍ରବଳ ପବନ ସହ ନିଆଁ ଅଣାୟତ୍ତ ହୋଇ ଦୁଇଟି ଗରିବ ପରିବାରର ଚାରିବଖରା ଘର ସମ୍ପୁର୍ଣ୍ଣ ପୋଡି ଯିବା ସହ ଘରେ ଥିବା ରାସନ ସାମଗ୍ରୀ,
ମଜୁରି କରି ଆଣିଥିବା ଗଚ୍ଛିତ ଟଙ୍କା, କପଡାଲତା, ଜିନିଷପତ୍ର, ଦୁଇଟି ପାୱାରଟିଲର୍ ପୋଡି ଛାରଖାର ହୋଇ ଯାଇଛି। ଯାହା ଫଳରେ ଉକ୍ତ ଦୁଇ ପରିବାର ଏବେ ବାସହରା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ ସେହି ସମୟରେ ଘର ଗୁଡ଼ିକ ଜଳି ପୋଡ଼ି ଯାଇଥିଲା ସ୍ଥାନୀୟ ସରପଞ୍ଚ ତଥା ପ୍ରଶାସନ ତରଫରୁ ସର୍ବସ୍ରାନ୍ତ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ଗୋଟିଏ ମାସର ରାସନ ସାମଗ୍ରୀ ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।