-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
11-Jun-2022
ବଲାଙ୍ଗିର(ପ୍ରେରଣା ଖବର) : ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ରlକ୍ସି ମୁଣ୍ଡା ହାଇସ୍କୁଲର 5T ରୂପାନ୍ତରଣ ଉତ୍ସବ ଲୋକାର୍ପିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଶିବଦତ୍ତ ମିଶ୍ର ମୁଖ୍ୟ ଅତିଥି
ଭବରେ ଯୋଗ ଦେଇ5 T ଯୋଜନାର ରୂପାନ୍ତରିତ ସ୍କୁଲ ଗୁଡିକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ
ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସ୍କୁଲ ମ୍ୟାନେଜମେଣ୍ଟ କମିଟିର ସଭାପତି ପରମେଶ୍ୱର ବାଗ, ପିପିର୍ଡା ସରପଞ୍ଚ ରବି ବାବୁ, ମନୋରଞ୍ଜନ ତ୍ରିପାଠୀ ଓ ହରିହର ଥନlପତି ପ୍ରମୁଖ ମଞ୍ଚାସୀନ ଥିଲେ l ପି ଇ ଟି ବସୁଦେବ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ପରେ ପରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ଆଖପାଖ ଗାଁ ଲୋକେ ଉପଭୋଗ କରିଥିଲେ l