-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Jun-2022
ମୁରିବାହାଲ-ମୁରିବାହଲ ବ୍ଲକ ଅନ୍ତର୍ଗତ ଗୋଇମୁଣ୍ଡ ପଞ୍ଚାୟତ ଚିତ୍ର।ମୁଣ୍ଡ। ଗ୍ରାମର କୁଶୁମା କଟା ମାଟି କାମରେ ଅନିୟମିତତା ହୋଇଥିବା ନେଇ ବି ଡି ଓ ଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। କୁସୂମା କଟା ମାଟି କାମ ଜି ଆର୍ ଏସ ଙ୍କ ମାଧ୍ୟମ ରେ ଚାଲିଥିବା ବେଳେ ବିନା ମାପ ଜୁଖ ରେ କାର୍ଯ୍ୟ କରୁଥିବା ନେଇ ଲୋକେ ପ୍ରତିବାଦ କରିଛନ୍ତି। ଏପରି ମନମୁଖୀ କାର୍ଯ୍ୟ କରୁଥିବା ନେଇ ଲୋକେ ପ୍ରଶାସନ ପାଖରେ ଅଭିଯୋଗ କଲେ ବି କିଛି ପଦକ୍ଷେପ ନିଆଯାଉ ନ ଥିବା ଇନ୍ଦ୍ରମଣି ସାହୁ, ଫକୀର ସାହୁ, ବିଘ୍ନେଶ୍ୱର ସାହୁ,ତ୍ରିନାଥ, ବାଳକୃଷ୍ଣ, ଭୂଷଣ, କମଳାକାନ୍ତ, ଡି ଲେଶ୍ଵର୍ ସାହୁ, ପଦ୍ମଲୋଚନ ଜାଣି ପ୍ରମୁଖ ଅଭିଯୋଗ କରିଛନ୍ତି। ସରକାରୀ ନିୟମ କୁ ଉଲଂଘନ କରି ରାତି ଅଧିଆ ବେ ଆଇନ୍ ଭାବରେ କାମ ଚାଲିଛି। କାମ ଶେଷ ହେବାକୁ ବସିଲାଣି କିନ୍ତୁ ଏପର୍ଯ୍ୟନ୍ତ କୁଶୂମା କଟା ର ମାପଯୁଖ କରାଯାଇନାହିଁ। ଏ କାମରେ ଅଟକଳ ପରିମାଣ କେତେ ତାହା ମଧ୍ୟ ଲୋକେ ଜ।ନିପ।ରୁନ।ହନ୍ତି। ଏନେଇ ଗୋଇମୁଣ୍ଡ୍ ପି ଇ ଓ ଦୁର୍ଯୋଧନ ମେହେର ଙ୍କୁ ପଚାରିବାରୁ ମୁଁ ନୂଆ କରି ଆସିଅଛି ଏହାର ତଦନ୍ତ କଲାପରେ ଜଣାପଡ଼ିବ ବୋଲି କହିଥିଲେ, ସ୍ଥାନୀୟ ସରପଞ୍ଚ କାଲିଆ ସରାଫ ଙ୍କୁ ପଚାରିବାରୁ ମୁ ଜାଣି ନାହି, ସେମାନେ ତାଙ୍କ ମନମୁଖୀ କାମ କରୁଛନ୍ତି ବୋଲି କହିଥିଲେ।