-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
10-Jun-2022
ବଲାଙ୍ଗିର (ଅନ୍ତର୍ଯ୍ୟାମୀ ସାହୁ) ବଲାଙ୍ଗିର ଜିଲ୍ଲାର ୧୦୦ ଟି ରୂପାନ୍ତରିତ ହାଇସ୍କୁଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସ୍ଥାନୀୟ ପଥରେଚେପl ଆଦର୍ଶ ବିଦ୍ୟାଳୟ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ ରେ ଏହାକୁ ଲୋକାର୍ପଣ କରିଥିଲେ l ଜିଲ୍ଲାପାଳ ଚଞ୍ଚଲ ରlଣl ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନା ସାହୁ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଓ ଛାତ୍ର ଅନ୍ଜନେୟ କର ମଞ୍ଚାସୀନ ଥିଲେ l ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୪ ଟି ସ୍କୁଲ ର 5T ରୂପାନ୍ତରଣ ହୋଇଥିବା ବେଳେ ଆଜି ୧୦୦ ଟି ସ୍କୁଲ ରୂପାନ୍ତରଣ ହୋଇଛି l