-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
10-Jun-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସ୍ଥାନୀୟ ରେଢାଖୋଲ ବନଖଣ୍ଡ ବଡ ବାହାଳ ରେଞ୍ଜ ଅନ୍ତର୍ଗତ ହାତୀବାହାଳ ଗାଁ ନିକଟସ୍ଥ ଜଙ୍ଗଲରୁ ବନ ବିଭାଗ ଆଜି ଏକ ଭାଲୁର ମୃତ ଦେହ ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଆଜି ସକାଳେ କିଛି ଲୋକ ପତ୍ର ତୋଳିବାକୁ ଯାଇଥିବା ବେଳେ ଜଙ୍ଗଲରେ ଭାଲୁର ମୃତ ଦେହ ଦେଖିବାକୁ ପାଇଥିଲେ। ଏ ନେଇ ବନ ବିଭାଗକୁ ଜଣାଇବା ପରେ ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଭାଲୁର ମୃତ ଦେହ ଜବତ କରିଥିଲେ।
ତେବେ ଏହି ଭାଲୁକୁ କିଏ ମାରିଛି ନା ଅନ୍ୟ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି ସେ ନେଇ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ୩ ଦିନ ପୂର୍ବରୁ ଭାଲୁଟିର ମୃତ୍ୟୁ ହୋଇଥିବା ସନ୍ଦେହ ହେଉଥିବା ବେଳେ ତାର ବୟସ ପାଖାପାଖି ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।