-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ଜାଲ୍ ଆକାଉଣ୍ଟ୍ ଓ ମିଥ୍ୟା ଶ୍ରମିକ ହିତାଧିକାରୀଙ୍କ ନାଁ ରେ ଲକ୍ଷାଧିକ ଟଙ୍କା ର ବାଟମାରଣା

08-Jun-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ)  ଏବେ ସରିଲା କେନ୍ଦୁପତ୍ର ଖର୍ଦ୍ଦି ।  ପ୍ରଥମେ ଗୋଚ୍ଛାକଟେଇ ଓ ପତ୍ରତୋଳା , ଫଡି ମରାମତି  , ପତ୍ରକିଣା , ଶୁଖେଇ ଇତ୍ୟାଦିରେ ବଲାଙ୍ଗୀର କେନ୍ଦୁପତ୍ର କଞ୍ଜରଭେଟରଙ୍କ ଅଧୀନରେ ଥିବା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୩ ଟି ଡିଭିଜନ ସମେତ ପଦ୍ମପୁର , ଖଡିଆଳ , ନବରଙ୍ଗପୁର ଓ ଭବାନୀପାଟଣାଆଦି ଡିଭିଜନର ରେଞ୍ଜ୍ ଗୁଡିକରେ ଲକ୍ଷାଧିକ ଶ୍ରମିକ ବା ହିତାଧିକାରୀଙ୍କୁ ପ୍ରତିବର୍ଷ କୋଟି କୋଟି ଟଙ୍କାର ମଜୁରୀ ଓ ପାଉଣା ପ୍ରଦାନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଦିଆଯାଉଛି । ତେବେ ଟଙ୍କା ଉଠାଣ ଓ ପ୍ରଦାନ ମଧ୍ୟରେ ଆହେତୁକ କାଳକ୍ଷେପଣ ସହିତ ' ଏବେ  ସବୁ ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଦିଆଯାଉଥିବା ' ସଫେଇ ସତ୍ତ୍ୱେ ପ୍ରାୟ ସବୁଠି ହଜାର ହଜାର ଜାଲ୍ ଆକାଉଣ୍ଟ୍ ଓ  ଲକ୍ଷାଧିକ ମିଥ୍ୟାଶ୍ରମିକ ବା ହିତାଧିକାରୀଙ୍କ ନାଁ'ରେ ବ୍ୟାପକ ବାଟମାରଣା କରାଯାଇଆସୁଥିବା ଚର୍ଚ୍ଚା ହେଉଛି । ସବୁ ରେଞ୍ଜ୍ ରେ ମଧ୍ୟ ଆକାଉଣ୍ଟ୍ ପେମେଣ୍ଟ୍ ନ ହୋଇ କିଛିଭାଗ  ନଗଦ ପେମେଣ୍ଟ୍ ହେଉଥିବା ଶୁଣାଯାଇଛି ।  ଏହାଛଡା ଯେଉଁ କର୍ମଚାରୀ ବା ଅଧିକାରୀଙ୍କ ଜରିଆରେ ଏହି ବିପୁଳ ଟଙ୍କା ଖର୍ଚ୍ଚ କରାଯାଉଛି , ସେମାନଙ୍କର କ୍ଷମତା କେତେ , ଏହାର ଯଥାଯଥ ବିଚାର କରାଯାଉନାହିଁ । ପ୍ରାୟତଃ  ଗାର୍ଡ , ଫରେଷ୍ଟରରୁ ପଦୋନ୍ନତି ପାଇଥିବା ଭାରପ୍ରାପ୍ତ ଡେପୁଟି ରେଞ୍ଜର ବା ରେଞ୍ଜର ଅଥବା ଏସିଏଫଙ୍କ ମାଧ୍ୟମରେ ପୁଳା ପୁଳା ଟଙ୍କାର ବ୍ୟୟ କରାଯାଇ ଆସୁଛି ।  କେନ୍ଦୁପତ୍ର ଏକ ଋତୁକାଳୀନ ବ୍ୟବସାୟ ହୋଇଥିବାରୁ ଓ ସରକାରଙ୍କୁ ଏଥିରୁ କୋଟି କୋଟି ଟଙ୍କାର ବିପୁଳ ରାଜସ୍ୱ ମିଳୁ ଥିବାରୁ , କେବେ ଏହି ବିଭାଗର କଡାକଡି ସମୀକ୍ଷା ବା ହିସାବନିକାଶ ହୁଏ ନାହିଁ । ବଲାଙ୍ଗୀର ଜିଲ୍ଲାର ତିନୋଟି ଡିଭିଜନରେ ଦୀର୍ଘବର୍ଷ ଧରି ବିଭିନ୍ନ କେଳେଙ୍କାରୀ ଚାଲିଆସିଥିଲେ ହେଁ , ସିଜନ୍ ପରେ ବା କିଛିଦିନ ପରେ ବଦଳି କରିଦିଆଯାଇ ଏହି ବିଭାଗରେ ଉପୁଜୁଥିବା ଆର୍ଥିକ ଅନିୟମିତତାକୁ ଘଣ୍ଟଘୋଡାଇ ଦିଆଯାଇଆସୁଛି । ପୂର୍ବରୁ ଏଠାରେ ଅବସ୍ଥାପିତ ଏହି ବିଭାଗର ପୂର୍ବତନ ବଲାଙ୍ଗୀର କଞ୍ଜରଭେଟର ବରିଷ୍ଠ ଆଇ ଏଫ୍ ଏସ୍ ଅଭୟକାନ୍ତ ପାଠକଙ୍କ ଅମଳରୁ ଏଠାରେ ଦୁର୍ନୀତିର ଅଭିଯୋଗକୁ ଚପାଇଦିଆଯିବାର ପରମ୍ପରା ରହିଆସିଥିବା କୁହାଯାଇଛି ।

ତେବେ ଅଭିଯୋଗ ଉଠୁଥିବା ଚଳିତ ବର୍ଷ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଥିବା ବଲାଙ୍ଗୀର , ପାଟଣାଗଡ ଓ ଟିଟିଲାଗଡ କେନ୍ଦୁପତ୍ର ଡିଭିଜନର ରେଞ୍ଜ୍ ଗୁଡିକରେ ହୋଇଆସୁଥିବା ଉପରୋକ୍ତ ଜାଲ୍ ଆକାଉଣ୍ଟ୍ ଓ ମିଥ୍ୟାଶ୍ରମିକ -ହିତାଧିକାରୀ ପେମେଣ୍ଟ୍ ର ଗୁରୁତର କୋଟି କୋଟି ଟଙ୍କାର ବାଟମାରଣାର ତନ୍ନ ତନ୍ନ ଅନୁସନ୍ଧାନ ଜରୁରୀ ହୋଇପଡିଛି ବୋଲି ଜନମତ ପ୍ରକାଶ ପାଉଛି । ଏ ସମ୍ପର୍କରେ ଆଗାମୀଦିନମାନଙ୍କରେ କ୍ରମାନ୍ୱୟରେ ଅନୁସନ୍ଧାନମୂଲକ ରିପୋର୍ଟ ପ୍ରକାଶ ପାଇବ । ମୂଖ୍ୟତଃ ଏହାର ପେମେଣ୍ଟ୍ ହେଉଥିବା କିଓସ୍କ ବ୍ୟାଙ୍କ୍ ବା ଗ୍ରାହକ ସେବା କେନ୍ଦ୍ର ଗୁଡ଼ିକରେ ଏଭଳି ଜାଲିଆତିର ସୁଯୋଗ ରହିଥିବା ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like