-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
08-Jun-2022
ମୁରିବାହାଲ-ମୁରିବାହାଲ ବ୍ଲକ ଡଙ୍ଗର ପଡ଼ା ପଞ୍ଚାୟତ ଅନ୍ତର୍ଗତ ଦନ୍ଦ୍ରା ଗ୍ରାମର ଆବାସ ଯୋଜନାରେ ବାଦ୍ ପଡ଼ିଥିବା ଶତାଧିକ ଲୋକ ମଙ୍ଗଳବାର ମୂରିବାହାଲ୍ ବି ଡି ଓ ପ୍ରିୟ ରଂଜନ କୁମ୍ଭାର ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ କରିଛନ୍ତି ଯେ ଅନ୍ୟ ଗାଁରୁ ଆସି ଏଠାରେ ବସବାସ କରୁଥିବା ଲୋକେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଉଛନ୍ତି ହେଲେ ଦନ୍ଦ୍ର। ଗ୍ରାମର ବହୁ ସ୍ଥାୟୀ ବାସିନ୍ଦା ଯୋଗ୍ୟ ଥିଲେ ମଧ୍ୟ ଏହି ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି। ତେଣୁ ଯୋଗ୍ୟ ହିତାଧିକାରୀ ଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି। ଦାବୀପତ୍ର ଗ୍ରହଣ କରି ବି ଡି ଓ ପ୍ରକୁତ ହିତାଧିକାରୀଙ୍କୁ ଯାଞ୍ଚ କରି ଯେଉଁମାନେ ବାଦ୍ ପଡିଛନ୍ତି ତାଙ୍କୁ ସାମିଲ କରାଯିବ ବୋଲି କହିଥିଲେ। ତେଜରାମ ବାଗ, ରୂଦ୍ର ମହାକୁର, ରୀନା ବାଗ, ଘନଶ୍ୟାମ ବାଗ, ରଞ୍ଜିତା ବାଗ, ତିଳୋତ୍ତମା ଦିପ, କବିରାଜ ସେଠ୍, ମୁକ୍ତା କର୍ମୀ, ପୁଷ୍ପା ଗଦୁଆ, ତପନ ପାତ୍ର, ପ୍ରଶାନ୍ତ ମାହାକୁର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତି ଥିଲେ ।