-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
08-Jun-2022
ରେଢ଼ାଖୋଲ(ଅନିଲ କୁମାର ପୃଷ୍ଟି): ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜର ବଂଶାଜାଲ ଗାଁ ପାଖ ସାନ ହିନ୍ଦୋଳ ଗାଁ ପାଖ ଜଂଗଲରେ ଏକ ପରିତ୍ୟକ୍ତ କୂଅରେ ଗତକାଲି ବିଳମ୍ବିତ ରାତିରେ ଏକ କଲାରା ପତରିଆ ବାଘ ପଡ଼ିଥିଲା, ଖାଦ୍ୟ ଅନ୍ୱେଷଣରେ ଆସି ବାଘଟି କୂଅରେ ପଡ଼ିଥିବା ଅନୁମାନ କରାଯାଉଛି, ରେଢ଼ାଖୋଲ ବନ ବିଭାଗ ପକ୍ଷରୁ ବର୍ତ୍ତମାନ ବାଘକୁ ଉଦ୍ଧାର କରାଯାଇଛି । ବାଘର ବୟସ ଦେଢ଼ ବର୍ଷ ହେବ ବୋଲି ଅନୁମାନ କରାଯାଉଛି, ଘଟଣା ସ୍ଥଳରେ ରେଢ଼ାଖୋଲ ଡିଏଫଓ ରମାକାନ୍ତ ନାଏକ ଏବଂ ଅନ୍ୟ ବନ
କର୍ମଚାରୀମାନେ ପହଞ୍ଚି ବାଘକୁ ଉଦ୍ଧାର କରିଛନ୍ତି । ଏକ ଖୋଲା ପରିତ୍ୟକ୍ତ ୧୫ ଫୁଟ ଗଭୀର କୂଅରେ ପଡ଼ିଥିଲା, ବନ ବିଭାଗ ପକ୍ଷରୁ ପ୍ରଥମେ ବାଘକୁ କୂଅରୁ ବାହାର କରିବା ପାଇଁ ଏକ ବଡ଼ କାଠ ଗଣ୍ଡି ଓ ଏକ ସିଡି କୂଅ ଭିତରେ ପକାଇଥିଲେ ଯାହାକି ସେ କାଠ ଗଣ୍ଡି ଓ ସିଡି ସାହାଯ୍ୟରେ ବାଘଟି ବାହାରି ଜଙ୍ଗଲକୁ ପାଇଥିଲା ।