-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଶୀତଳଷଷ୍ଠୀରେ ମୋବାଇଲ୍ ଚୋରି : କାଲି ରାତି ୮ ରୁ ୧୦ଟା ମଧ୍ୟରେ ୫୨ଟି ଏତଲା

06-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ଏବେ ବଲାଙ୍ଗୀର ସହରରେ ଚାଲିଛି ଶୀତଳଷଷ୍ଠୀ ଯାତ୍ରା । ମୀନାବଜାରରେ ବି ବହୁତ ଭିଡ ଜମୁଛି । ତେବେ ଏଇ ଭିଡରେ ପ୍ରେମିକ ପ୍ରେମିକା , ଦର୍ଶକ , କ୍ରେତା ବିକ୍ରେତା , ଭ୍ରମଣକାରୀ , ଉପଭାକ୍ତା ଓ ଉପଭୋଗକାରୀ / କାରିଣକଙ୍କ ସହ ମାତିଛନ୍ତି ଚୋରମାନେ । ବିଶେଷକରି ମୋବାଇଲ୍ ଚୋର  !  ଏକ ସୂଚନାକ୍ରମେ ଗତକାଲି ବଲାଙ୍ଗୀର କଳାମଣ୍ଡଳରେ ପଡିଥିବା ମୀନାବଜାର ଓ ଅନ୍ୟାନ୍ୟସ୍ଥାନରୁ ରାତି ପ୍ରାୟ ୮ ଟାରୁ ୧୦ଟା ମଧ୍ୟରେ ୫୨ ଟି ମୋବାଇଲ୍ ଚୋରି ବା ପକେଟ୍ ମାର୍ ହୋଇଥିବାର ଟାଉନ୍ ଥାନାରେ ଏତଲା ଦିଆଯାଇଥିବା ପ୍ରକାଶ ।  ସହରବଜାରରେ ମୋବାଇଲ୍ ଚୋରି ନୂଆଘଟଣା ନୁହେଁ । ପୁଣି କେବଳ ଯେ ବଲାଙ୍ଗୀରରେ ହୁଏ ଓ ଶୀତଳଷଷ୍ଠୀବେଳେ ହେଉଛି ; ୟା' ବି ନୁହେଁ  ! 

ଏବେ ସମ୍ବଲପୁର , ବରପାଲି ସମେତ ପଶ୍ଚିମଓଡିଶାର ଅନ୍ୟାନ୍ୟ ସ୍ଥାନମାନଙ୍କରେ ଶୀତଳଷଷ୍ଠୀ ଉତ୍ସବ ପାଳିତ ହେଉଛି ।  ଏସବୁ ସ୍ଥାନରେ ମୋବାଇଲ୍ ଚୋରି ବି ବୃଦ୍ଧି ପାଇଛି । ସବୁଆଡର ରିପୋର୍ଟ ସଂଗ୍ରହ କରି ଏକାଠି ମିଶାଇଲେ , ଏହା ଶହେରୁ ହଜାର ସଂଖ୍ୟାରେ ପହଞ୍ଚିବ । 

ତେବେ ଆପଣମାନେ ଜାଣନ୍ତି , ଏସବୁ ମୋବାଇଲ୍ ଚୋରମାନେ କେଉଁଠିକାର  ? ଏବଂ ଆପଣ ଚାହିଁଲେ ଓ ସଚେତନ ରହିଲେ ଏବଂ ପୁଲିସ୍ ଚାହିଁଲେ  , ଏହା ଧରାଯାଇ ପାରିବ । ଆଜିକାଲି ସାଇବରସେଲ୍ ଗଠନ କରାଯାଇଛି । ଅବଶ୍ୟ ପୁଲିସ୍ ବାବୁମାନେ ଚାହିଁଲେ ଯାଇ  !

ଏଇ ଚୋମାନଙ୍କ ମଧ୍ୟରେ ଅଧିକାଂଶ ସୋନପୁର ଜିଲ୍ଲାର ତରଭା ଆଖପାଖ ଓ କମସରାର । କିଛିଦିନତଳେ ଏହି ସାମ୍ବାଦିକର ବି ଏକ ଦାମୀ ମୋବାଇଲ୍ ଫୋନ୍ ଚୋରିହେଇ ଯାଇଥିଲା । ବଲାଙ୍ଗୀର ସହରର ଏକ ବଡ ଔଷଧଦୋକାନର କାଉଣ୍ଟରରୁ । ମୁଁ ସନ୍ଦେହରେ ଦୋକାନର ସିସିଟିଭିରୁ ମୋ ପଛରେ ଆସି ଜାକିହେଇ ଠିଆହେଇଥିବା ଜଣେ ନିରୀହମୁହଁର ଯୁବକଙ୍କୁ ଦେଖିଲି । କିଛି ସମୟ ପରେ ସେ ଚଳଚଞ୍ଚଳ ହୋଇ ଉଠି ଅଳ୍ପଦୂରରେ ଠିଆହୋଇଥିବା ତା'ର ଜଣେ ସାଙ୍ଗ ସହ ତତ୍ କ୍ଷଣାତ୍ ସେ ସ୍ଥାନ ପରିତ୍ୟାଗ କରି ଚାଲିଯାଉଥିଲା । ମୁଁ ପ୍ରଥମେ ମୋ ପ୍ୟଣ୍ଟ୍ ପକେଟ୍ ରେ ମୋବାଇଲ୍ ନଥିବା ଜାଣିପାରିଲି । ତା'ପରେ କାଳେ ଘରେ ଛାଡି ଆସିଛି କି ବୋଲି ଆର ପକେଟ୍ ରେ ଥିବା ଛୋଟ ମୋବାଇଲ୍ ରେ ଘରକୁ ଫୋନ୍ କରି ପକେଟ୍ ମାର୍ ହେଇଯାଇଥିବା ନିଶ୍ଚିତ ହେବା ପରେ ଥାନାକୁ ଯାଇ ଏତଲା ଦେଲି । ସୌଭାଗ୍ଯକୁ ସେତେବେଳେ ଟାଉନ୍ ଥାନାରେ ମୋର ଜଣେ ସାନଭାଇ ସଦୃଶ ସାହିତ୍ୟିକବନ୍ଧୁ ଆଇ ଆଇ ସି ଥିଲେ । ତା'ପରେ ଭୁବନେଶ୍ବରରେ ଥିବା ମୋ ପୁଅମାନଙ୍କୁ ଖବରଦେଲି । ସେମାନେ ସର୍ଚ୍ଚ କରି ଜାଣିପାରିଲେ , ମୋ ଦାମୀମୋବାଇଲ୍ ଟି ସେତେବେଳକୁ ମାତ୍ର କେଇମିନିଟ୍ ଭିତରେ କମସରା ଗାଁ'ର ଏକ ମନ୍ଦିରପାଖ ଗଳିରେ ଥିବା ସଂକେତ ଦେଉଛି ଏବଂ ଆଉ କିଛିସମୟପରେ ତା'ର ଚାର୍ଜ ସରିଯିବ । ମୋବାଇଲ୍ ଟିର ଚାର୍ଜ ସରିଗଲେ , ତାହାକୁ ଲୋକେଟ୍ କରିବା କଷ୍ଟକର ହୋଇପଡିବ । ଏଣୁ ମୁଁ ମୋର ଜଣେ ଅଧ୍ୟାପକ ଓ ଜଣେ ସାମ୍ବାଦିକ ସାଙ୍ଗଙ୍କ ସହ ସିଧା କମସରା ଗଲୁ । ସେଠାରେ ଜଣେ ସ୍ଥାନୀୟ ଯୁବକଙ୍କୁ ଭେଟି ତାଙ୍କର ସାହାଯ୍ୟ ନେଲୁ । ସେ କହିଲେ  : ହଁ , ଅଳ୍ପ ସମୟ ହେଲା , ଗା'କୁ ୪/ ୫ ଟି ଦାମୀ ସେଟ୍ ଆସିଛି । ଆରଦିନ ସେ ବଲାଙ୍ଗୀର ବି ଆସି ଦୋକାନରୁ ପୁଲିସ୍ ସଂଗ୍ରହ କରିଥିବା ସିସିଟିଭି ଫୁଟେଜ୍ ରୁ ଥାନାରେ ଦେଖି ତାଙ୍କ ଗ୍ରାମର ୨ ଜଣ ଦାଗୀଚୋରଙ୍କୁ ଚିହ୍ନଟ କଲେ । 

ସେଇଦିନ ରାତିରେ ମୋ'ରି ଗାଡିରେ ଥାନାଧିକାରୀଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଟାଉନ୍ ଥାନାର ପୁଲିସ୍ ସଦଳବଳେ କମସରା ଫାଣ୍ଡି ପୁଲିସ୍ ର ସହାୟତାରେ କମସରା ହରିଜନବସ୍ତି ଚୋରଙ୍କ ଘର ଉପରେ ଚଢାଉ କରି ଜଣକୁ ଧରିଦେଲୁ । ଚୋର କହିଲା , ସେ ମୋବାଇଲ୍ ଟିକୁ ତାଙ୍କ ଗାଁ'ର ବଏଲର କୁକୁଡାଦୋକାନୀକି ଦୁଇହଜାର ଟଙ୍କା ଓ ଚାରିକିଲୋ ମାଂସ ବଦଳରେ ବିକିଛି ।  ସେଇ ଦୋକାନୀର ଘର ଉପରେ ପୁଲିସ୍ ଚଢାଉ କରି ତାକୁ ଧରିଲେ । ସେ ପୂର୍ବନିର୍ବାଚନରେ ଜଣେ ସରପଞ୍ଚ ପ୍ରାର୍ଥୀ ଥିଲେ । କମସରା ଫାଣ୍ଡିବାବୁ ତାଙ୍କୁ କହିଲେ  :  ଛି , ଆପଣ ଏମିତି କାମ କରୁଛନ୍ତି  ? ' 

ଆମସାଙ୍ଗରେ ଯାଇଥିବା ମହିଳା ହୋମ୍ ଗାର୍ଡ ତାଙ୍କୁ ଆଣି ଗାଡିରେ ବସାଗଲାବେଳେ ଜୁହାର ହେଲେ । ସେ କୁକ ତାଙ୍କ ସ୍ବାମୀଙ୍କର ମିତ  ! 

ସେ କହିଲେ , ମୋବାଇଲ୍ ଟିକୁ ସେ ତରଭାର ବଏଲର ହୋଲସେଲର ଦୋକାନର ହେଲପରକୁ ଦେଇଛି । ସେଠୁ ରାତାରାତି ଆମ ଗଲୁ ତରଭା । ସେ ମୁସଲମାନ ଦୋକାନୀର ଘର ପାଖ ଗାଁ' ଖଲିଆପାଲି । ବହୁତ ଡକାହକା ପରେ ସେ ଉଠିଲା ଓ କହିଲା, ଆର ପଡାର ତା' ଦୋକାନର ନୌକରପିଲାକୁ ଦେଇଛି । ତା'କୁ ସାଙ୍ଗରେ ଧରି ପୁଣି ଆର ପଡାକୁ । ଶେଷରେ ମିଳିଗଲା । ଆହା, କଭର୍ ଖୋଲି ଫିଙ୍ଗିଦିଆଯାଇଥିବା ଓ ସେଥିରେ ସେ ମୁସଲମାନ ଟୋକାର ବିବି ପିଲାଙ୍କ ଫଟୋ ଭିଡିଓ ଗାନା ଲୋଡ୍ ହେଇଥିବାର ମୋର ପ୍ରିୟ କୋଡିଏ ହଜାର ଟଙ୍କିଆ ସାମସଙ୍ଗ ମ୍ୟାକ୍ସ ମୋବାଇଲ୍ ହ୍ୟାଣ୍ଡ ସେଟ୍ ଟି । ସେ ମୋବାଇଲ୍ ଟି ଆମକୁ ହସ୍ତାନ୍ତର କଲାବେଳେ ରାତିରେ ପୁଲିସ୍ ମାନଙ୍କୁ ଧରି ଆମ ସ୍କୋର୍ପିଓ ଚଳାଇ ରାତିଅଧରେ ଯାଇଥିବା ମୋ ସାନପୁଅ ତା'କୁ ମାରେ କି ନମାରେ  ! 

ଗାଡିରେ ଚୋରଙ୍କୁ ଧରି ବଲାଙ୍ଗୀର ଫେରିଲାବେଳେ ମୁଁ ପଚାରିଲି କମସରା ଚୋର ଭାଇଟିକି  :  ଆଉ , ଆଜିକାଲି ଆଉ କ'ଣ କ'ଣ ଚୋରିଫୋରି କାମ ଚାଲିଛି  ?

ସେ ନିର୍ବିକାରରେ ଉତ୍ତର ଦେଲା  :  ଏଇ ମୋବାଇଲ୍ ପକେଟ୍ ମାର୍ , ଆଜ୍ଞା  ! ଗଲାଥର ସମ୍ବଲପୁର ଶୀତଳଷଷ୍ଠୀରୁ ଚାରିହଜାରଟା ପାଖାପାଖି  । ଏ ବର୍ଷ ପୁରୀ ରଥଯାତ୍ରାରୁ ସଢେ ସାତ ହଜାର  । "
 ଆଁ  !!!  ଆମେ ଆଶ୍ଚର୍ଯ୍ୟ ହେଇଗଲୁ ।

ଥାନାରେ ପରଦିନ ଥାନାବାବୁ ବି ଏଇ କିଛି ମାସ ମଧ୍ୟରେ ତାଙ୍କର ଦୁଇଟି ମୋବାଇଲ୍ ଚୋରି ହେଇଥିବାର ସୂଚନା ଦେଲେ । ଗୋଟିଏ ବଲାଙ୍ଗୀର ରେଳଷ୍ଟେସନରୁ ଓ ଆଉଗୋଟେ ଅନ୍ୟତ୍ର ।

ତେବେ ଖବର ପରିବେଷଣ ଆଳରେ ଏହା ଏକ ଗପ ନୁହେଁ । ଜନହିତରେ ଜାରୀ  । ଥାନାରେ ଅନ୍ୟମାନେ ସେମାନଙ୍କ ମୋବାଇଲ୍ ଚୋରିର ରିପୋର୍ଟ କରିଥିଲେ । କହିଲେ  : ତମେ ସାମ୍ବାଦିକ ବୋଲି ପୁଲିସ୍ ସହଯୋଗ କଲା । ଥାନାବାବୁ ପ୍ରତିବାଦ କଲେ: କଥା ସେଇଆ ନୁହେଁ । ବରଂ ସେ ନିଜେ ଆଗ୍ରହ ନେଇ ତଥ୍ୟ ସଂଗ୍ରହ କଲେ ଓ ଆମକୁ ସାହାଯ୍ୟ କଲେ ବୋଲି  ।

ଏଣୁ ଯେଉଁମାନଙ୍କର ମୋବାଇଲ୍ ଚୋରିହୋଇଛି ବା ହେଉଛି , ସେମାନେ ଭାଗ୍ୟକୁ ନ ନିନ୍ଦି, ଚୁପ୍ ନ ପଡି, ଖବର ସଂଗ୍ରହ କରି ପୁଲିସ୍ ର ସହାୟତା ନିଅନ୍ତୁ ଓ ନିଜେ ଭିଡଭିତରେ ସଚେତନ ରୁହନ୍ତୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like