-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ବଲାଙ୍ଗୀର/ଟିଟିଲାଗଡ,(ସନ୍ତୋଷ କୁମାର ନାଏକ):ଟିଟିଲାଗଡ ଥାନା ଅନ୍ତର୍ଗତ ବାହ୍ମଣୀପଡା ଗ୍ରାମର ମମତା ଭୋଇ ନିକଟସ୍ଥ ଭୋଇଏସଲାଡ଼ ଗ୍ରାମର ମୀନକେତନ ଭୋଇ ଙ୍କୁ ଵିଵାହ କରିଥିଲେ । ତିନି ବର୍ଷୀୟ ଏକ ପୁତ୍ର ସନ୍ତାନ ଥିବା ବେଳେ ବିବାହ ଦିନ ଠାରୁ ମମତା ଙ୍କୁ ଯୌତୁକ କୁ କେନ୍ଦ୍ର କରେ ନା,ନା ପ୍ରକାର ନିର୍ଯ୍ୟାତନା ମାନ ଦେଇ ଆସୁଥିବା ବେଳେ ଗତ ରବିବାର ରାତିରେ ମମତା ଙ୍କ ଶାଶୁ,ତାଙ୍କ ବଡ଼ ଶାଶୁ,ଓ ନଣନ୍ଦ ମିଶି ଆକ୍ରମଣ କରି ଜୀବନ ରେ ମରିଦେବା ଧମକ ଦେଇଥିବା ଆଣି ନ ଥିବା ଅଭିଯୋଗ କରିଛନ୍ତି । ଏପରି କି ଉକ୍ତ ମାଡ଼ ଧର କରୁଥିବା ବେଳେ ତାଙ୍କ ସ୍ୱାମୀ ମନ୍ଧ୍ୟ ସହଯୋଗ କରୁଥିବା ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ମମତା ଙ୍କ ଶରୀର ରେ ବେଶ ହତା, ହତ ଚିନ୍ହ ମାନ ରହିଥିବା ବେଳେ ପୋଲିସ ତାଙ୍କୁ ଏକ ମାମଲା ରୁଜୁ କରି ଡାକ୍ତର ଖାନା ପଠେଇ ଥିବା ବେଳେ ଡ଼ଃ କୃଷ୍ଣଚନ୍ଦ୍ର ପାଲ ଡାକ୍ତରୀ ମାଇନା କରିଛନ୍ତି । ପୋଲିସ ଏ ନେଇ ସବିଶେଷ ତଦନ୍ତ ଚଳାଇ ଥିବା ବେଳେ ।ମମତା ଓ ତାଙ୍କ ପରିବାର ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।