-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ବୌଦ୍ଧ(ଅକୃର ସାହୁ) ଆଜି ବୌଦ୍ଧର ସୁନାମଧନ୍ୟ ସଂଗ୍ରାହକ ଶ୍ରୀ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝର ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ରେ ପ୍ରଦର୍ଶନ
କରିଥିଲେ l ଏହି ପ୍ରଦର୍ଶନୀ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ବୃନ୍ଦ ବୁଲି ଦେଖିଥିଲେ l ଏହି ପ୍ରଦର୍ଶନୀ ରେ ଶ୍ରୀ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ସଂସ୍କୃତି, ମହାପୁରୁଷ ମାନଙ୍କର ବାଣୀ ଓ
କର୍ମ, ମୁଦ୍ରା ଆଦି ଡାକ ଟିକଟ ଓ ମୁଦ୍ରା ମାଧ୍ୟମରେ ଅବଗତ କରାଇ ପ୍ରଦର୍ଶନୀର ଦୃଷ୍ଟି ଆକର୍ଷଣ କରାଇଥିଲେ l ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଶ୍ରୀ ମିଶ୍ରଙ୍କର ଏହି ମହାନ କାମକୁ ପ୍ରସଂଶା କରିଥିଲେ ଏବଂ ପିଲାମାନଙ୍କୁ ନିଜ ନିଜର ପାଠ ପଢା ବ୍ୟତୀତ ବିରତି ସମୟରେ କିଛି ନୂଆ ଜିନିଷ ତିଆରି କରିବା ବା ସଂରକ୍ଷଣ କରିବା ପାଇଁ ପ୍ରେରଣା ଦେଇଥିଲେ l