-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
06-Jun-2022
ବଲାଙ୍ଗିର/ ସ୍ଥାନୀୟ ଓଷ୍ଟା ଭବନ ଠାରେ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ବୈଠକ ଅବନି କୁମାର ତ୍ରିପାଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପଦେଷ୍ଟା ସୁଧାଂଶୁ ଶେଖର ବାବୁ, ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ ଉପସ୍ଥିତ ରହି ଚଳିତ ମାସ ୯ ତାରିଖ ରେ ରାଜ୍ୟସ୍ତରୀୟ ଆନ୍ଦୋଳନରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅଂଶଗ୍ରହଣ କରି ଉତ୍ସାହିତ କରିଥିଲେ । ଏହି ଜିଲ୍ଲାସ୍ତରୀୟ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଭାବେ ତାରାକାନ୍ତ ମିଶ୍ରଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇ ଆଗାମୀ ଦିନରେ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିବା ବେଳେ ବିଭିନ୍ନ ବ୍ଲକମାନଙ୍କରେ ଆଗାମୀ ଦିନରେ ବୈଠକ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ ସଂଯୋଜନା କରିଥିଲେ । ସୁଧିର ନାଏକ, ଶଙ୍କର ମିଶ୍ର, ପୂର୍ଣ୍ଣ ମେହେର, ପୁରୁଷୋତ୍ତମ ବାଗ, ବରୁଣ ସାହୁ, ସଙ୍ଗିତାଞ୍ଜଳି ମିଶ୍ର, ରଂଜିତା ମିଶ୍ର, ପ୍ରଦୀପ ପୁଟେଲ, ଗୋବିନ୍ଦ ବଗର୍ତ୍ତି ପ୍ରମୁଖ ସଭ୍ୟ ସଭ୍ୟା ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।