-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ପଞ୍ଚାୟତ ଓଡିଶା ଡ୍ରାଇଭର ମହାସଂଘର ବୈଠକ ବେନକେରା ସ୍କୁଲ ନିକଟରେ ଅନୁଷ୍ଠିତ । ଖପ୍ରାଖୋଲ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଠାରେ ଓଡିଶା ଡ୍ରାଇଭର ମହାସଂଘର ଧଣ୍ଡାମୁଣ୍ଡା ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଧଣ୍ଡାମୁଣ୍ଡା ପଞ୍ଚାୟତ ରେ ନୃତନ ସଭାପତି ଦେବାନନ୍ଦ ପଟ୍ଟନାୟକଙ୍କୁ ଚୟନ କରାଯାଇଛି । ଉକ୍ତ ବୈଠକରେ ମହରାପଦର, ଭାନପୁର, ନାନ୍ଧପଲା, ଧଣ୍ଡମୁଣ୍ଡା ଚାରୋଟି ପଞ୍ଚାୟତକୁ ନେଇ ଏକ ସଭାପତି ଚୟନ କରାଯାଇଛି । ଉକ୍ତ ବୈଠକରେ ଲାଠୋରର ସଭାପତି ଦିଲୀପ, ଅନ୍ତରୟାମି, ସିମାଞ୍ଚଳ, ଖପ୍ରାଖୋଲ ପଞ୍ଚାୟତର ସଭାପତି ଧନୁଧର ବାରିକ, ନୀଳ, ରାଜୁ, ସାମନ୍ତ, ଅର୍ଜୁନ ଓ ଧଣ୍ଡାମୁଣ୍ଡା ସଭାପତି ଦେବାନନ୍ଦ ପଟନାଏକ ଓ ସମସ୍ତ ଗ୍ରାମର ଡ୍ରାଇଭର ସଂଘ ସଭାପତି ସମ୍ପାଦକ ଅଂଶଗ୍ରହଣ କରିଥିଲେ ।