-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ଏଥଲେଟିକ ଏସୋସିଏସନ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସଭାରେ ଏସୋସିଏସନ ସଭାପତି ଶ୍ୟାମ ସୁନ୍ଦର ମେହେର ସଭାପତିତ୍ୱ କରିଥିଲେ l ଏଥିରେ ବରିଷ୍ଠ ଶିକ୍ଷକ ଗୋବିନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ଦିଗରେ ଆଲୋକପାତ
କରିଥିଲେ l ଏହି ଅବସରରେ ପରିସରକୁ ସଫାସୁତୁରା କରାଯାଇଥିଲା ଏବଂ ଆଗାମୀ ଦିନରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସଂକଳ୍ପ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଏସୋସିଏସନ ର କର୍ମକର୍ତ୍ତା ସମେତ କଲେଜ ଛାତ୍ରୀ ସାମିଲ ହୋଇଥିଲେ l ଶେଷରେ ସମ୍ପାଦକ ସଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l