-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ପାଟଣାଗଡ଼ / ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଗାଁ ଠାରେ ଜଙ୍ଗଲ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆମ ଜଙ୍ଗଲ ଯୋଜନା ଟିମ ଲିଡର ସଞ୍ଜୀବ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ , ସମ୍ମାନିତ ଅତିଧି ଖପ୍ରାଖୋଲ ବନପାଳ ସୁଧୀର କୁମାର ଜେନା , ଶିକ୍ଷକ ନେତା ଧରମ ସିଂ ଧରୁଆ , ସାମାଜିକ କର୍ମି ଅଭୟ ତ୍ରିପାଠୀ , ଆମ ଜଙ୍ଗଲ ଯୋଜନା ଡି.ଇ.ଓ ତହସିଲ ବାଗ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରିବା ସହ ପରିବେଶ ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ବନ ସୁରକ୍ଷା ସମିତି କୁ ଆମ ଜଙ୍ଗଲ ଯୋଜନା ତରଫରୁ ଟେଣ୍ଟ , ଚାନ୍ଦୁଆ , ରୋଷଇ ଉପକରଣ ପ୍ରଦାନ କରିଥିଲେ l ଏହି ଅବସରରେ ବନ ସୁରକ୍ଷା ସମିତି ସଭାପତି ତୁଳସୀ ଛତ୍ରିଆ , ସୁବଳ ନିଆଲ , ବନରକ୍ଷୀ ସଞ୍ଜୀବ ପଧାନ , ଆନିମେଟର ସତ୍ୟ ବେହେରା , ବିମଲ ବାଗ ସମେତ ବନ ସୁରକ୍ଷା ସମିତି ଓ ଏସ.ଏଚ.ଜି ସଦସ୍ୟା ଉପସ୍ଥିତ ଥିଲେ l