-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ମାଳ ମାଳ ନକଲି ଅଧ୍ୟାପିକା/ଅଧ୍ୟାପକ ! ଦଶନ୍ଧି ଦଶନ୍ଧି ଧରି ସରକାରୀ ତହବିଲରୁ ଦରମା ଲୁଟ୍ : କାହାରି ନଜର ନାହିଁ !

04-Jun-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ରାଜ୍ୟର ଉଚ୍ଚଶିକ୍ଷା ବିଭାଗ କିପରି ଗୁରୁତର ଅନିୟମିତତାର ଶିକାର ହୋଇଛି , ଏହାର ଜ୍ବଳନ୍ତ ପ୍ରମାଣ ହେଉଛି ବଲାଙ୍ଗୀର ଜିଲ୍ଲାର ଗୋଟିଏ କଲେଜରେ ଦୀର୍ଘ ୨୩ ବର୍ଷ ଧରି ଜାଲ୍ ମାର୍କସିଟ୍ ଦାଖଲ ବଳରେ ଏକ ଜୁନିଅର କଲେଜରେ ଚାକିରୀ କରି ପ୍ରାୟ ୪୦ ଲକ୍ଷ ଟଙ୍କା ବେତନ ବାବଦକୁ ପରିଚାଳନା କମିଟି ଓ ସରକାରୀ ତହବିଲରୁ ଲୁଟିନେବାପରେ ଏବେ ଧରାପଡି ଥାନାରେ ମାମଲା ଋଜୁ ହେବା ଘଟଣା । ପାଟଣାଗଡ ଥାନାରେ ଋଜୁ ମାମଲା ଅନୁଯାୟୀ, ଏହି ଦୁଇଜଣ ହେଲେ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିଅର କଲେଜର ଅଧ୍ୟାପକ । କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ ଅନୁଯାୟୀ ଗତ ୧୯୯୯ରୁ ଏମାନେ ନିଯୁକ୍ତି ପାଇ ଚାକିରୀ କରିଆସୁଥିଲେ । ଏବେ ପାଟଣାଗଡ ପୁଲିସ୍ ଏହାର ତଦନ୍ତ କରୁଥିବା ପ୍ରକାଶ ।  ତେବେ ଏଠି କଥା ଉଠୁଛି , ଏହା କିପରି ସମ୍ଭବ ହେଲା  ? ଯଦି ସେତେବେଳେ କଲେଜର ନିଯୁକ୍ତିଦାତା ମ୍ୟାନେଜିଂ କମିଟି ଏହା ଜାଣିପାରି ନଥିଲେ , ଦୀର୍ଘ ୨୩ ବର୍ଷ ଧରି ବିଭାଗ କେମିତି ଶୋଇପଡିଥିଲା  ? ଏତେବର୍ଷ ମଧ୍ୟରେ ନା ପ୍ରଶାସନ  ନା ଉଚ୍ଚଶିକ୍ଷା ବିଭାଗ  ନା ସହକର୍ମୀ ନା କୌଣସି ନୀରିକ୍ଷକ, ଅଡିଟ୍ ବାଲେ ; କେହି ବି ଏତେବଡ ଅନିୟମିତତାକୁ ଧରିପାରି ନଥିଲେ କେମିତି  ? 

ଏବେ ଆଉ ଏକ ସନ୍ଦେହ ସୃଷ୍ଟି ହେଲାଣି ଯେ , ଏଭଳି ଜାଲିଆତି କେବଳ ସେହି କଲେଜରେ ଘଟିଛି ନା ଜିଲ୍ଲାର ବା ଅନ୍ୟାନ୍ୟ କଲେଜରେ ବି ଘଟିଛି  ?

ସ୍ଥାନୀୟ ଜନସାଧାରଣଙ୍କ ଆଲୋଚନା ଅନୁଯାୟୀ , ସେଇ ପାଟଣାଗଡ ଉପଖଣ୍ଡର ଆଉ ଏକ ଗ୍ରାମର ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜରେ ଏଭଳି ଜାଲିଆତିର ଯଥେଷ୍ଟ ସମ୍ଭାବନା ରହିଛି ।  ଏହି କଲେଜର ଦୁଇଜଣ ସ୍ବାମୀ- ସ୍ତ୍ରୀ ଅଧ୍ୟକ୍ଷ- ଅଧ୍ୟକ୍ଷାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଦୀର୍ଘଦିନରୁ ସନ୍ଦେହ ପ୍ରକାଶ ପାଇଆସୁଛି ।  ଏହି କଲେଜର ଛାତ୍ରଛାତ୍ରୀଙ୍କ ଆଡ୍ ମିଶନ୍ ଠାରୁ ପରୀକ୍ଷା, ପରୀକ୍ଷାଫଳ, ଭିତ୍ତିଭୂମି ନିର୍ମାଣ, ଅଧ୍ୟାପକ/ଅଧ୍ୟାପିକାଙ୍କ ନିଯୁକ୍ତି ଓ ଅନ୍ୟାନ୍ୟ ବିଷୟରେ ଯାବତୀୟ ଗୁରୁତର ଅଭିଯୋଗ ପ୍ରକାଶ ପାଇ ଆସିଛି ।  ସବୁଠାରୁ ବଡ଼କଥା ହେଲା, ଏହି ଉଭୟ କଲେଜର ଅଧ୍ୟକ୍ଷ / ଅଧ୍ୟକ୍ଷାଙ୍କ ନିଯୁକ୍ତି ବେଳର ପ୍ରମାଣପତ୍ରର ବୈଧତାର ପୁନର୍ବାର ଯାଞ୍ଚ୍ ବୋଲି ଅଞ୍ଚଳର କେତେକ ବୁଦ୍ଧିଜିବୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ବିଭାଗୀୟ ଅଧିକାରୀଙ୍କ ସହ ଲମ୍ବାହାତ ଓ ରାଜନୈତିକ ପୃଷ୍ଠପୋଷକତାରେ ଏହି ପ୍ରିନିସ୍ ପାଲ୍ ଦମ୍ପତ୍ତିଙ୍କର ନାଗ- ନାଗୋଣୀଖେଳର ପର୍ଦ୍ଦାଫାଶ୍ ଜରୁରୀ ହୋଇ ପଡିଥିବା ଲୋକମତ ପ୍ରକାଶ ପାଉଛି ।
ଏଣୁ ପଶ୍ଚିମଓଡିଶା ସମେତ ସାରା ରାଜ୍ୟରେ ଦେଶପାଇଁ ଭବିଷ୍ୟତ ନାଗରିକ ଗଠନର ଦାୟିତ୍ୱ ବହନ କରୁଥିବା ଏହି ମଣିଷ ତିଆରି କାରଖାନାକୁ ସବୁମନ୍ତେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ରଖିବା ସରକାରଙ୍କର ପ୍ରଥମ ଦାୟିତ୍ବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like