-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Jun-2022
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ଅଂଚଳରେ ଆଜି କାଳବୈଶାଖୀ ଯୋଗୁଁ ଝଡ଼ତୋଫାନ ସହ କୁଆପଥର ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି । ଚାନ୍ଦୋତରା ଚାରିଛକ ନିକଟରେ ଥିବା ଉଠା ଦୋକାନୀ ମାନଙ୍କ ଛପର ସବୁ ଉଡି ଯାଇଥିବା ବେଳେ ସେଠାରେ ଥିବା ପେଟ୍ରୋଲ ପମ୍ପର ଦୁଇଟି ବିଦ୍ୟୁତ
ଖମ୍ବ ଭାଙ୍ଗିଯାଇଛି । ଅଲଣ୍ଡା ଗ୍ରାମର ସୁଗ୍ରୀ ଭୋଇଙ୍କ ଘରର ଆଜବେଷ୍ଟର ପବନରେ ଉଡି ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି । ଦେଢଗାଁ, ପରାସରା ପଞ୍ଚାୟତର ବିଭିନ୍ନ ସ୍ଥାନ ସହ ଗନ୍ଧର୍ଲା ଗ୍ରାମରେ ବଜ୍ରପାତରେ ଏକ ବଳଦ ର ମୃତ୍ୟୁ ଘଟିଛି । ଏହା ସହ ବିଦ୍ୟୁତ ସରବରାହ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିବା ବେଳେ କୌଣସି ଜନଜୀବନ କ୍ଷତି ହୋଇଥିବା ଖବର ଲେଖା ପର୍ଯ୍ୟନ୍ତ ଜଣାପଡିନାହିଁ ।