-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
22-Nov-2020
କେନ୍ଦୁଝର, (ପ୍ରେରଣା ଖବର) ଝିମିଟି ଖେଳରୁ ମହାଭାରତ । କୁକୁଡା ମୃତ୍ୟୁକୁ ନେଇ ବିବାଦ ଓ ଏହାପରେ ଆରମ୍ଭ ହୋଇଥିବା ବଚସାରୁ ଚାଲିଗଲା ଜଣକର ଜୀବନ । ବାଡିରେ କୁକୁଡା ପସି ମରିଯିବା କାରଣରୁ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ସଂଘର୍ଷରେ ଜଣକର ମୃତ୍ୟୁ ଓ ଉଭୟ ପକ୍ଷରୁ ୫ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଅଁରା ଗାଁର ଆନନ୍ଦ ନାୟକ । ଏହାକୁ ନେଇ ଗାଁରେ ଉତେଜନା ଲାଗି ରହିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି!!*ସୂଚନା ଅନୁସାରେ ବାଡିରେ ପଶି ଜଣକର କୁକୁଡା ମରିଗଲା, ଏହାକୁ ନେଇ ଗାଁରେ ସଭା କରି ସମାଧାନ ଉଦ୍ୟମ ଚାଲିଥିଲା । ପ୍ରଥମେ ଯୁକ୍ତିତର୍କ, ପରେ ବଚସା ଓ ଶେଷରେ ସଭାରେ ଦୁଇ ଗୋଷ୍ଠୀ ମାରପିଟ ହୋଇଥିଲେ । କିଛି ଲୋକ ଆନନ୍ଦଙ୍କୁ ଧରି ଏକ ବ୍ୟାଟରେ ବାଡେଇ ବାଡେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ସାଇନଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି!!*