-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
03-Jun-2022
ବଲାଙ୍ଗିର / ଖପ୍ରାଖୋଲ ( ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଦମେଇପାଲି ପଞ୍ଚାୟତ ବଡ଼ଉଡେନ ଗାଁରେ ଜନସାଧାରଣ ଗାଁକୁ ଆଣି ପିଡ଼ିଏସ୍ ଚାଉଳ ହିତାଧିକାରୀଙ୍କୁ ଦେବାକୁ ଦାବୀ କରିଛନ୍ତି । ଏନେଇ ଗ୍ରାମବାସୀମାନେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କୁ ଏକ ଲିଖିତ ଜଣାଇବା ସହ ଦାବିପୂରଣ ପାଇଁ ଅଡ଼ି ବସିଥିଲେ । ପରେ ଦମେଇପାଲି ସରପଞ୍ଚ ତାରକାନ୍ତି ତାଣ୍ଡି, ଯୋଗାଣ ନିରୀକ୍ଷକ ବିକାଶ ବାର୍ଲା, ଥାନା ଏଏସ୍ଆଇ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଏକଜିଦ ଧରି ବସିଥିଲେ। ଶେଷରେ ସରପଞ୍ଚ ହିତାଧିକାରୀମାନଙ୍କ ଦାବି ଉପରେ ସହମତ ପ୍ରକାଶ କରି ଗାଁରେ ଚାଉଳ ଦେବାକୁ ନିଷ୍ପତ୍ତି ନେଇଥିଲେ । ବିଡ଼ିଓ ଏବଂ ଯୋଗାଣ ଅଧିକାରୀ ମଧ୍ୟ ସହମତି ପ୍ରକାଶ କରିବା ପରେ ଗ୍ରାମବାସୀ ଖୁସି ମନେ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।ସରପଞ୍ଜଙ୍କ ନିଷ୍ପତ୍ତି କୁ ଗ୍ରାମବାସୀମାନେ ପ୍ରଶଂସା କରିଥିବା ଜଣାପଡିଛି।