-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
02-Jun-2022
ବଲାଙ୍ଗିର(ପ୍ରେରଣା ଖବର) ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିବା ବିଜେଡିର ପ୍ରବକ୍ତା ସୁଲତା ଦେଓ, ଓଡିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ତଥା ଡ. ସସ୍ମିତ ପାତ୍ର ଏବଂ ପଶ୍ଚିମ ଓଡିଶାରୁ ତଥା କେବିକେ ଅଞ୍ଚଳରୁ ତୃତୀୟ ବ୍ୟକ୍ତି ଭାବରେ ରାଜ୍ୟସଭା ସଦସ୍ୟ ପାଇଁ ମନୋନୀତ ହୋଇଥିବା ପଶ୍ଚିମ ଓଡିଶା ଆଦିବାସୀ ସଂଘର ମହାସଚିବ ନିରଞ୍ଜନ ବିଶିଙ୍କର ମନୋନୟନକୁ ବଲାଙ୍ଗିର ର ବିଜେଡି ନେତା ତଥା ଝାରସୁଗୁଡା ଜିଲ୍ଲା ସହପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଏହି ଚାରିଜଣ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଶ୍ରୀ ବିଶିଙ୍କ ନେତୃତ୍ୱରେ ପଶ୍ଚିମ ଓଡିଶାର ଆଦିବାସୀ ସଂପ୍ରଦାୟ ତଥା ବିଶେଷ କରି ବଲାଙ୍ଗିର ଜିଲ୍ଲାର ବହୁ ପ୍ରତୀକ୍ଷିତ ଦାବି ଗୁଡିକ ରାଜ୍ୟସଭାରେ ଉପସ୍ଥାପିତ ହେବା ସଙ୍ଗେ ସଙ୍ଗେ ସମସ୍ୟା ଗୁଡିକର ସମାଧାନ କରିବାରେ ସେ ସକ୍ରିୟ ଭୂମିକା ନେବେ ବୋଲି ଆଶା ପ୍ରକାଶ କରିଛନ୍ତି ।