-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2022
ମୁରିବାହାଲ- ମୁରିବାହାଲ ଥାନା ଅନ୍ତର୍ଗତ ଅନ୍ତର୍ଲା ଗ୍ରାମର ଜଣେ ନାବାଳିକାକୁ ନେଇ ଜଣେ ଯୁବକ ଫେରାର ହୋଇଥିବା ନେଇ ପରିବାର ଲୋକେ ଜିଲ୍ଲା ଏସ.ପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ମୁତାବକ ଗତ ୬ ମାସ ତଳେ କୈଳାସ ବଗର୍ତି ନିଜ ପରିବାରକୁ ନେଇ ବାହାର ରାଜ୍ୟ ଆନ୍ଧ୍ରପ୍ରଦେଶର ସୁନାବାଦ ର ଗୋଟିିଏ ଇଟା ଭାଟିରେ ଦାଦନ ଖଟିବା ପାଇଁ ନିଜ ପରିବାର ସହିତ କାମ କରୁଥିଲେ। କୈଲାସର ଝିଅ ଗତ ତା.- ୨୦.୦୫.୨୨ ଶୁକ୍ରବାର ଦିନ ଉମଦିନୀ ବଗର୍ତି (୧୪) କୁ ତାଙ୍କ ଗ୍ରାମର ଜୟଦେବ ନାଗ ନାମକ ଜଣେ ଯୁବକ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା l ପରିବାର ଲୋକେ ଖୋଜାଖୋଜି କରି ନ ପାଇ ଫେରି ଆସି ପରେ ମୁରିବାହାଲ ଥାନାରେ ତା.୨୫.୦୫.୨୨ ରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଦୀର୍ଘ ଦିନ ପରେ ବି ପୁଲସ ନିରବ ରହିବାରୁ ପରିବାର ଲୋକେ ପୁଣି ତା. ୩୧.୦୫.୨୨ ରେ ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଥର ଅଭିଯୋଗ ସତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଜିଲ୍ଲା ଏସ.ପି ଙ୍କ ଦ୍ୱାରସ୍ଥ ହୋଇଥଲେ । ଏଣୁ ଜିଲ୍ଲା ପୋଲିସ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଦୋଷି ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଝିଅର ପରିବାରବର୍ଗ ଦାବୀ କରିଛନ୍ତି ।