-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
02-Jun-2022
ସିନ୍ଧେକେଲା / ସାତ ଦିନ ତଳେ ଭବାନିପାଟଣା - ରାଇପୁର ୧୬ ନମ୍ବର ରାଜ୍ଯ ରାଜପଥର ବଲାଙ୍ଗୀର ଜିଲ୍ଲା କୁରସୁଡ ନିକଟ ବାଳିପଦର ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯୁବକଦ୍ବୟ ସିନ୍ଧେକେଲା ଥାନା ଅନ୍ତର୍ଗତ ଝଳପ ପଞ୍ଚାୟତ ଭାନପୁର ଗ୍ରାମର ସୁରେନ୍ଦ୍ର ଥପା (୨୨) ଓ ଅଜିତ ଥପା (୨୩) ଗୁରୁତ୍ବପୂର୍ଣ୍ଣ କଥାହେଲା ଜଣେ ଗୋଟିଏ ବର୍ଷ ତଳେ ବିବାହ ହୋଇଥିବା ବେଲେ ଜଣେ ମାତ୍ର
୩ ମାସ ତଳେ ବିବାହ ହୋଇଥିଲେ। ଏହାକୁନେଇ ପରିବାରବର୍ଗ ଭାଙ୍ଗି ପଡିଥିବା ବେଳେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଝଳପ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଙ୍କ ପ୍ରତିନିଧି ଗୋବିନ୍ଦ ପୁଟେଲ ଭେଟି ସମବେଦନା ଜଣାଇବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାସହ ଆଗକୁ ସରକାରି ନିୟମାନୁଯାଇ ଯାହା ସହଯୋଗ କରିହେବ ତାହା କରାଯିବ ବୋଳି ପ୍ରତିଶୃତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ହେମନ୍ତ ସାହୁ , ପ୍ରଦୀପ ପୁଟେଲ, ଓମଦେବ ସାହୁଙ୍କ ସହ ପରିବାର ବର୍ଗ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।