-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-May-2022
ବୀରମହାରାଜପୁର (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଗତକାଲି ରାଜ୍ୟ ବାଣିଜ୍ୟ ପରିବହନ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଅନୁଷ୍ଠାନିକ ଭାବରେ ଶୁଭ ଉଦଘାଟନ କରିଥିଲେ l ପ୍ରଥମେ ସେ କାନପୁର ଛକ ଠାରେ ଏକ ଯାତ୍ରୀ ବିଶ୍ରାାମାଗାର ଏବଂ ପ୍ରାଣୀ
ଚିକିତ୍ସାଲୟ ସମ୍ମୁଖରେ ଶିଶୁ ଉଦ୍ୟାନ, ୧୮ ଲକ୍ଷ ଟଙ୍କାରେ ନିର୍ମିତ ନୂତନ ରାଜସ୍ବ ଗୃହକୁ ଉଦଘାଟନ କରିଥିଲେ l ବୀରମହାରାଜପୁର ମହାବିଦ୍ୟାଳୟରେ ନିଜସ୍ୱ ୱେବ ସାଇଟ ଏବଂ ଷ୍ଟାଫ କମନ କୋଠା ଗୃହ ଉଦଘାଟନ ଏବଂ କଲେଜ ମୁଖ୍ୟ ଫାଟକରେ ତୋରଣ ଶିଳାନ୍ୟାସ କରିଥିଲେ l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ବୀରମହାରାଜପୁର ଉପ ଜିଲ୍ଲପାଳ
ଅଶୋକ କୁମାର ଭୋଇ, ବି ଡି ଓ ମୋତିଲାଲ ସୁଲିଆ, ବୀରମହାରାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମେହେର ପରିଚଳନା କମିଟି ସଭାପତି ଶୟମ୍ଭୁ ନାଥ ଖଣ୍ଡଗିରି, ପ୍ରକ୍ତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରଥ, ମୁରଲୀଧର ହୋତା, ସରପଞ୍ଚ ସଂଘ ସଭାପତି ଶ୍ରୀୟା ମହାକୁର, ସମ୍ପାଦକ ସୂର୍ଯ୍ୟ ନନ୍ଦ, ଆଇନଜୀବୀ ଶ୍ରୀନିବାସ ଚାନ୍ଦ, କିଶୋର ହୋତା ପ୍ରମୁଖ ଯୋଗ ଦେଇଥିଲେ l କଲେଜ ଠାରେ ଆୟୋଜିତ ସଭାରେ ଅଧ୍ୟାପକ ପ୍ରକାଶ ସେଟ ସଭା ପରିଚାଳନା କରିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ l