-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
28-May-2022
ମୁରିବାହାଲ(ପ୍ରେରଣା ଖବର) ଛାତ୍ରଛାତ୍ରୀଙ୍କ ପ୍ରତି ପୁସ୍ତକ ପଠନ ଆଗ୍ରହ ବୃଦ୍ଧି କରିବା ପାଇଁ ଶିଶୁ ସାହିତ୍ୟି ତଥା ଆବାହକ ବୃନ୍ଦାବନ କୁମ୍ଭାରଙ୍କ ପ୍ରଚେଷ୍ଟାରେ ଭ୍ରାମ୍ୟମାଣ ପାଠାଗାର ଆଜି ମୁରିବାହାଲ ବ୍ଳକ୍ ସ୍ଥିତ ଲେବଡା ହାଇସ୍କୁଲରେ ପହଞ୍ଚିଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସ୍ନିଧାମୟୀ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି
ସଭାରେ କୁବେର ଲାଲ ବେହେରା ପୁସ୍ତକ ପଠନ ଦ୍ବାରା ଶିଶୁର ଅନ୍ତଃନିହିତ ଗୁଣାବଳୀର ବିକାଶ ହେବା ସହିତ ଜୀବନର ସବୁ ସମୟରେ ପୁସ୍ତକ ସାଥୀହୋଇ ରହିବ ବୋଲି ମତ ପ୍ରକାଶ କରିଥିଲେ । ସଭାରେ ଯଶ କୁମାର ସାହୁ ,ସାଧୁଚରଣ ଛତର କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଲେ ଯଶ କୁମାର ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।