-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) - ଟିଆରପି ଜାଲିଆତି ମାମଲାର ଯାଞ୍ଚରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସାମିଲ ହୋଇଛି । ମୂଳ ମାମଲାରେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା, ସେମାନଙ୍କ ବିରୋଧରେ ସିଏ ତଦନ୍ତ କରିବ । ଇଡି ଦ୍ୱାରା ଏନେଇ ଏକ ଏନଫୋର୍ସମେଣ୍ଟ କେସ ଇନଫରମେସନ ରିପୋର୍ଟ ମଧ୍ୟ ଦାୟର କରାଯାଇଛି । ଏହା ମଧ୍ୟ ସୂଚନା ଦିଆଯାଇଛି କି, ଟିଆରପି ଜାଲିଆତିକୁ ନେଇ ଦାୟର ହୋଇଥିବା ସମସ୍ତ ମାମଲାର ମିଳିତ ଭାବେ ଇଡି ଯାଞ୍ଚ କରିବ ଏବଂ ଏହାର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଏହି ତଦନ୍ତ ଉପରେ ନଜର ରଖିବ!! *ସୂଚନାଯୋଗ୍ୟ ଯେ, ଟିଆରପି ଜାଲିଆତିକୁ ନେଇ ୟୁପି ଏବଂ ମହାରାଷ୍ଟ୍ରରେ ପୃଥକ୍ ମାମଲା ଦାୟର କରାଯାଇଛି । ୟୁପି ସରକାର ଏ ସମ୍ପର୍କିତ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି । କିନ୍ତୁ ମହାରାଷ୍ଟ୍ରରେ ଦାୟର ମାମଲାର ଯାଞ୍ଚ ମୁମ୍ବାଇ ପୁଲିସ କରୁଛି । ମୁମ୍ବାଇ ପୁଲିସ ଉକ୍ତ ମାମଲାରେ ରିପବ୍ଲିକ୍ ଟିଭି ଚ୍ୟାନେଲର କିଛି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ମୂଳ ମାମଲାରେ ଇଣ୍ଡିଆ ଟୁଡେ ଚ୍ୟାନେଲ ବିରୋଧରେ ଅଭିଯୋଗ କରାଯାଇ ଥିଲେ ହେଁ ପୁଲିସ ଦ୍ୱାରା ତା’କୁ କ୍ଲିନ୍ଚିଟ୍ ଦିଆଯାଇଛି ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି!!