-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
21-Nov-2020
ସମ୍ବଲପୁର (ସଞ୍ଜିବ ପାଣିଗ୍ରାହୀଙ୍କ ରିପୋର୍ଟ): ଅଖିଳ ଭାରତୀୟ ରେଳ ନିୟନ୍ତ୍ରକ ସଂଗଠନର ଆହ୍ୱାନ କ୍ରମେ ଶୁକ୍ରବାର ସମ୍ବଲପୁର ରେଳ ମଣ୍ଡଳ ଠାରେ ରେଳ ନିୟନ୍ତ୍ରକ ସଂଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ ହୋଇଛି l ଏହା ସହିତ ଗତ ୧୯ ତାରିଖ ଦିନ ରେଳ ନିୟନ୍ତ୍ରକ ସଂଗଠନର ସମସ୍ତ ସଦସ୍ୟ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିଥିଲେ l ରାତ୍ରିକାଳୀନ ଭତ୍ତା ପୁନଃ ପ୍ରଚଳନ କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ବୀମା ପ୍ରଦାନ କରିବା, ସପ୍ତାହରେ ଥରେ ବିଶ୍ରାମ ଦେବା ଆଦି ଦାବୀ କରାଯାଇଛି l ଏ ନେଇ ଏକ ଦାବୀପତ୍ର ସଂଗଠନ ପକ୍ଷରୁ ରେଳ ମଣ୍ଡଳ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା l ଏହି ଅବସରରେ ରେଳ ନିୟନ୍ତ୍ରକ ସଂଗଠନ ସମ୍ବଲପୁର ଅଧକ୍ଷ ଦୁର୍ଗା ପ୍ରସାଦ ତ୍ରିପାଠୀ, ସମ୍ପାଦକ ଏ.କେ. ପାଣିଗ୍ରାହୀ, ପ୍ରତାପ ବେହେରା, ନିମାଇଁ ଚରଣ ମୁଦୁଲି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ l