-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
25-May-2022
ସୋନପୁର // ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନର ପ୍ରାକ୍ କାର୍ଯ୍ୟକ୍ରମ ଭାବେ ଆଜି ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ସଚେତନତା ରାଲିର
ଶୁଭାରମ୍ଭ କରିଥିଲେ। ସ୍ଵାସ୍ଥ୍ୟ ଅଧିକାରୀ, କର୍ମଚାରୀ, ଏଏନଏମ, ଆଶାକର୍ମୀଙ୍କ ସମେତ ନରାୟଣପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି ରାଲିରେ ଅଂଶଗ୍ରହଣ କରି ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଲୋକଙ୍କୁ ତମାଖୁ ବର୍ଜନ ସଂପର୍କିତ ସଚେତନତା ପତ୍ର ବଣ୍ଟନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ
ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ବେଳେ ବିପିଏମ ଅଶୋକ ମିଶ୍ର ବିଶେଷ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର, ମହିଳା ସ୍ଵାସ୍ଥ୍ୟକର୍ମୀ ରଂଜିତା ପଣ୍ଡା, ଶିକ୍ଷକ ହରେଶ ମେହେର ଏବଂ ପୂର୍ଣ୍ଣଚନ୍ଦ୍ର ବାଗ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।