-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
24-May-2022
ବିନ୍ଧାପାଲି ଗ୍ରାମର ନିର୍ମଳ ସାହୁ ଙ୍କ ଶରୀରର ବାମ ପାର୍ଶ୍ଵ ହିପରେ ସେକେଣ୍ଡାରୀ ଅଷ୍ଟିଓଆଥରାଇଟିସ୍ ସମସ୍ୟା ରହିଥିଲା ।ସମସ୍ୟାର ଦୂରୀକରଣ ପାଇଁ ନିର୍ମଳ ସାହୁଙ୍କ ପରିବାର ଲୋକେ ଆଗଲପୁର ବ୍ଲକ ର ମାହେଶ୍ୱରୀ ସଙ୍ଗଠନକୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଆଗଲପୁର ମାହେଶ୍ୱରୀ ସଂଗଠନ ର ସଭାପତି ପ୍ରମୋଦ କୁମାର ଙ୍କୁ ଯୋଗାଯୋଗ କଲାପରେ ପରେ ତୁରନ୍ତ ଛତିଶଗଡ଼ ରାୟପୁର ସ୍ଥିତ ଶ୍ରୀ ବାଲାଜୀ ହସପିଟାଲର ର ପ୍ରିୟଦର୍ଶନ ପଣ୍ଡା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ।ମାହେଶ୍ୱରୀ ସଙ୍ଗଠନର ପ୍ରଚେଷ୍ଟାରେ ଶ୍ରୀ ବାଲାଜୀ ହସପିଟାଲ ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କରାଯାଇଥିବା ନିର୍ମଳ ସାହୁଙ୍କ ହାଇବ୍ରିଡ୍ ଟୋଟାଲ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ମାଗଣାରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି।ଯଦ୍ୱାରା ବର୍ତ୍ତମାନ ନିର୍ମଳ ସାହୁ ସୁସ୍ଥ ଅଛନ୍ତି । ମାହେଶ୍ଵରୀ ସଙ୍ଗଠନ ର ନିର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇ ଥିଲେ।