-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
24-May-2022
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଡ଼ାକ୍ତରଖାନାର ସମ୍ମୁଖରେ ଥିବା ଏକ ଓୌଷଧ ଦୋକାନରେ ଗତକାଲି ବିଳମ୍ବିତ ରାତିରେ ସଟ୍ ସାର୍କିଟ୍ ଯୋଗୁଁ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଓୌଷଧ ସବୁ ଜଳିପୋଡ଼ି ପାଉଁସ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ବିଜୁଳି ମାରିବାରୁ ଦୋକାନରେ ସଟସାର୍କିଟ୍
ହୋଇ ନିଆଁ ଲାଗିଥିଲା । ଫଳରେ ନିଆଁ ଲାଗି ଦୋକାନ ଘର ଭିତରେ ଗ୍ୟାସ୍ ହୋଇଯାଇଥିଲା ଗ୍ୟାସ୍ ଏତେ ଭୟଙ୍କର ଥିଲାଯେ ମାଲିକ ଦୋକାନର ସଟର୍ ଖୋଲୁ ଖୋଲୁ ସଟର୍ ମଧ୍ୟ ଭାଙ୍ଗି ବାହାରେ ଫିଙ୍ଗି ହୋଇପଡିଥିଲା । ଦୋକାନ ମାଲିକ ଓ କର୍ମଚାରୀ ମଧ୍ୟ 20 ଫୁଟ ଦୁରରେ ଛିଟିକି ହୋଇ ପଡ଼ିଥିଲେ ଫଳରେ ଦୋକାନ ମାଲିକ ଚନ୍ଦ୍ର ଶେଖର ବେହେରା ଓ ତାଙ୍କ କର୍ମଚାରୀ ଗୁରୁତର ଆହତ ହୋଇ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।