-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
24-May-2022
ପାଟଣାଗଡ଼ (ରୁପେନ୍ଦ୍ର ମୁଣ୍ଡା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁ ଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଟେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା। ସଭାରେ ମୁଖ୍ୟ ଆତିଥି ରୁପେ ବ୍ଲକ୍ ସଭାପତି ଛିନୁ ଟାକ୍ରି, ମୁଖ୍ୟ ବକ୍ତା ରୁପେ ବ୍ଲକ୍ ସମ୍ପାଦକ ମୋହନ ସୁନା, ସମ୍ମାନୀତ ଅତିଥି ରୂପେ କୋଷାଧ୍ୟକ୍ଷ ତପିନ୍ଦ୍ର ସୁନା, ସୁମନ୍ତ ତନ୍ଦି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଯମୁନାପାଲି ଗାଁ ର ଦିଲିପ କୁଅଁର, ତାଙ୍କ ସ୍ତ୍ରୀ ମହିମା ମହାନନ୍ଦ, ପୁଅ ମନୋଜ, ସରୋଜ, ଦିଲେଶ୍ୱରି ଓ ବୃଦ୍ଧା ରମ୍ଭା କୁଅଁର ମୋଟ ଛଅ ଜଣ ରିତି ନିତି ଅନୁସାରେ ଖ୍ରୀଷ୍ଟ ଧର୍ମ ରୁ ହିନ୍ଦୁ ଧର୍ମ କୁ ପ୍ରତ୍ୟାର୍ତ୍ତନ କରିଥିଲେ। ସମସ୍ତ ପରିବାର କୁ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପୁଷ୍ପ୍ ଗୁଚ୍ଛ ଓ ଉପଢ଼ୌକନ ଦେଇ ଭବ୍ୟ ସ୍ବାଗତ କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟା ମହାନନ୍ଦ, ଦୁର୍ଯୋଧନ କୁମ୍ଭାର, ନୂତନ ସୁନା, ନୃପ ମହାନନ୍ଦ, ତୀର୍ଥ କୁମ୍ଭାର, ଅଳ୍ପ ସିଂ ପ୍ରମୁଖ ଲକ୍ଷେ ଘର ଗଣ୍ଡା ସମାଜ ର ମହିଳା ପୁରୁଷ ଉପସ୍ଥିତ ଥିଲେ।