-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||      ଗୁଡ଼ିଆ ସମାଜର ପୁସ୍ତକ ଉନ୍ମୋଚିତ    (05-Oct-2026)       ||     

HOME   ଜିଲ୍ଲା

ଡାଳୁଅ ଧାନ ଅମଳ ଆରମ୍ଭ, ଭିତ୍ତିଭୂମି ସଜାଡିବାରେ ବିଫଳ ପ୍ରଶାସନ l

23-May-2022



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଳକ ଅନ୍ତର୍ଗତ ବାଙ୍କିଘିର୍ଡି, ସିଂଘିଯୁବା ଓ ବାବୁପାଲି ପଞ୍ଚାୟତ ଅଞ୍ଚଳରେ ବର୍ତ୍ତମାନ ଡାଳୁଅ ଧାନ ପ୍ରାୟ ପଚାଷ ପ୍ରତିଶତ ଅମଳକ୍ଷମ ଅବସ୍ଥା କୁ ଆସିଯାଇଛି।କେତେକ ଚାଷୀ ହାରଭେଷ୍ଟର ଯନ୍ତ୍ର ଦ୍ୱାରା ଅମଳ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ କେତେକ ଚାଷୀ ଧାନ କାଟି ଜମିରେ ପେଟା ପକାଇଥିବା ଦେଖିବାକୁ ମିଳିଛି।କିନ୍ତୁ ବର୍ତ୍ତମାନ ଧାନ ଅମଳ ସମୟରେ ଆକାଶରେ ମେଘୁଆ ପାଗ ଦେଖି ଚାଷୀ ଛାନିଆଁ ହୋଇପଡୁଛନ୍ତି।ଗୋଟିଏ ପଟେ ଯଦି ଅଧିକ ବର୍ଷା ହୋଇଯାଏ ତେବେ ଧାନ ଭିଜି ଗଜା ହେବାର ଆଶଙ୍କା ରହିଥିବା ବେଳେ ଅନ୍ୟ ପଟେ ପାଚିଲା ଧାନଫସଳ ଅମଳ କାର୍ଯ୍ୟ ବିଳମ୍ବିତ ହେଲେ ଜମିରେ ଲୋଟି ପଡି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ଚାଷୀ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ଅମଳ ଧାନକୁ ଶୁଖାଇବା ଚିନ୍ତା।କାରଣ ଧାନବିକ୍ରୟ ସମୟରେ ଆର୍ଦ୍ରତା ଆଳରେ ମିଳର୍ସ ମାନଙ୍କ ମନମାନୀ ସାଙ୍ଗକୁ ପ୍ରଶାସନ ର  ଧାନକ୍ରୟ ଅବ୍ୟବସ୍ଥା ରେ ଚାଷୀଙ୍କୁ ଶୋଷଣ ହେବାର ଭୟ ରହିଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ମେ ମାସ ଷୋହଳ ତାରିଖରୁ ରବି ଧାନକ୍ରୟ ଆରମ୍ଭ କରିବା ପାଇଁ ଘୋଷଣା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଣ୍ଡି ଗୁଡିକର ଭିତ୍ତିଭୂମି ସଜାଡିବା ରେ ପ୍ରଶାସନ ଫେଲ ମାରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ସରକାର ଚଳିତ ଧାନକ୍ରୟ ପାଇଁ ନିୟୋଜିତ ମାର୍କେଟୟାର୍ଡ, ପ୍ୟାକ୍ସ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ରେ ଧାନବିକ୍ରୟ ପାଇଁ ଭିତ୍ତିଭୂମି ସୁଦୃଢ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଏଠାରେ କିନ୍ତୁ ତାହାର ବ୍ୟତିକ୍ରମ ଦେଖାଦେଇଛି।ବାଙ୍କିଘିର୍ଡି ପ୍ୟାକ୍ସ ର ଧାନକ୍ରୟ ପାଇଁ ନିଜସ୍ୱ ଗୋଦାମ ଗୃହ ରହିଥିବା ବେଳେ ସିଂଘିଯୁବା ପ୍ୟାକ୍ସ ଓ ବାବୁପାଲି ପଞ୍ଚାୟତ ରେ ଧାନକ୍ରୟ ପାଇଁ ନିୟୋଜିତ ଏସ୍ ଏଚ୍ ଜି ଗୁଡିକର ଗୋଦାମ ଗୃହ ନାହିଁ କି ଭିତ୍ତିଭୂମି ସଜାଡିବା ଦିଗରେ ପ୍ରଶାସନିକ ତତ୍ପରତା ନାହିଁ।ସାମାନ୍ୟ ବର୍ଷା ହେଲେ ମଣ୍ଡି ଗୁଡିକ କାଦୁଅ ହୋଇ ବିପର୍ଯ୍ୟସ୍ତ ହୋଇପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ଗତ ଖରିଫ ଋତୁରେ ଭୀଷଣ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ତଥା ବିକ୍ରି ପାଇଁ ଚାଷୀମାନେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେବା ସହ ଅନେକ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ।ତେବେ ବିଗତ ଋତୁ କୁ ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ।ଫଳରେ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି।ଅପରପକ୍ଷରେ ବିଳମ୍ବିତ ମଣ୍ଡି ବ୍ୟବସ୍ଥା ଯୋଗୁଁ ବହୁ ଚାଷୀ ମାନଙ୍କ ଧାନ ଶୁଖାଇବା ତଥା ଗଚ୍ଛିତ ରଖିବା ପାଇଁ ଆବଶ୍ୟକ ସ୍ଥାନ ଅଭାବ ଏବଂ ଧାନ ଅମଳରେ ନିୟୋଜିତ ଶ୍ରମିକଙ୍କ ପାଉଣା ସାଙ୍ଗକୁ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ମେଣ୍ଟାଇବା ପାଇଁ ଚିନ୍ତାଗ୍ରସ୍ତ ରହୁଥିବା ବେଳେ ଏହାର ଭରପୁର ଫାଇଦା ଉଠାଉଛନ୍ତି ଧାନବେପାରୀ ଓ ଦଲାଲ।ଏଭଳି ପରିସ୍ଥିତିରେ ନିରୀହ ଚାଷୀ ଅନନ୍ୟୋପାୟ ହୋଇ ଅତି କମ୍ ଦରରେ ତାର କଷ୍ଟୋପାର୍ଜିତ ଧାନକୁ ଦଲାଲ ହାତରେ ଟେକି ଦେବାକୁ ବାଧ୍ୟ ହେଉଛି।ଏନେଇ ଜିଲ୍ଲା ମିଶନଶକ୍ତି ଡିପିସି କାର୍ତ୍ତିକ ନାଏକ କହିଛନ୍ତି ଯେ,ଏସ୍ ଏଚ୍ ଜି ମାନଙ୍କୁ ଜରିପାଲ ଦିଆଯାଇଛି,ଅଧିକ ବର୍ଷା ହେଲେ ଭିତ୍ତିଭୂମି ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି।ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କୁ ଯୋଗାଯୋଗ କରାଯିବାରୁ ଏ ବିଷୟରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026
  ଜିଲ୍ଲା  
ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   05-Oct-2026

You Might Also Like