-+91-9937148622 |

prerana_bgr@rediffmail.com |

  Sunday 5th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||      ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   (05-Jul-2026)       ||      ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   (05-Jul-2026)       ||      ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ    (05-Jul-2026)       ||      କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ    (05-Jul-2026)       ||      ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ    (05-Jul-2026)       ||      ଓଟିଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ଶାସନ ସଚିବ   (05-Jul-2026)       ||      ଭୂଦାନ ଜମିର ବଣ୍ଟନ ଏବଂ ମ୍ୟୁଟେସନ୍ ଉପରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ♦️ସମସ୍ତ ଆରଡିସି ଏବଂ ଜିଲ୍ଲାପାଳଙ୍କୁ ରାଜସ୍ୱ ସଚିବଙ୍କ ଚିଠି   (05-Jul-2026)       ||      ମାଲକାନଗିରି ଜିଲ୍ଲାରେ ୧୪୩୭ ପରୀକ୍ଷାର୍ଥୀ ଦେଲେ ଓଟିଇଟି    (05-Jul-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଆର୍ଥିକ ସାକ୍ଷରତା ଶିବିର   (05-Jul-2026)       ||      *ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି* -   (05-Jul-2026)       ||      ବନ ମହୋତ୍ସବ ପାଳିତ, ଆମର ସ୍ବପ୍ନ ଗଛର ଯତ୍ନ - ବିଚାର ପତି   (05-Jul-2026)       ||      *ପାଞ୍ଚଦିନିଆ “ଉଦ୍ୟମୀ ଓଡ଼ିଶା ଏମ.ଏସ.ଏମ.ଇ କାର୍ଯ୍ୟକ୍ରମ- ୨୦୨୬″ ସୁବର୍ଣ୍ଣପୁରରେ ସଫଳତାର ସହ ଉଦଯାପିତ*-   (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   (05-Jul-2026)       ||     

HOME   ଜିଲ୍ଲା

ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର ସ୍ୱତନ୍ତ୍ର ସିନେ କ୍ରିିଟିକ୍ ସୋ 5 ଷ୍ଟାର ମାନ୍ୟତା ଦେଲେ କ୍ରିଟିକ୍ସ

23-May-2022



ଭୁବନେଶ୍ୱର : ପୁଣି ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଚଳଚ୍ଚିତ୍ର ? ଓଡିଆ ଚଳଚ୍ଚିତ୍ର ଦେଖିବାକୁ ପ୍ରେକ୍ଷାଳୟକୁ ଆସିବେ କି ଓଡିଆ ଦର୍ଶକ ? ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ///////////////.  ×××××××////////////////

ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ଓଡିଆ ଚଳଚ୍ଚିତ୍ର ଦୃଷ୍ଟିକୋଣର ଏକ ପ୍ରେସ ସୋ ସ୍ଥାନୀୟ ସ୍ୟାଣ୍ଡି ଟାୱାର ଠାରେ ଆୟୋଜିତ ହୋଇଛି । ସିନେ କ୍ରିଟିକ, ସିନେ ପ୍ରେମୀ, ସାମ୍ବାଦିକଙ୍କ ଗହଣରେ ଏହି ସୋ ଅନୁଷ୍ଠିତ ହୋଇଛି । ଅକ୍ଷୟ ପରିଜା ପ୍ରଡକ୍ସନ ନିବେଦିତ ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ବିବାଦୀୟ ଓ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ବିପ୍ଳବ ଆଣିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସିନେମାର ପ୍ରଯୋଜକ ଓ ନିର୍ଦ୍ଦେଶକ । ନିଜ ଚଳଚ୍ଚିତ୍ର ନିଶ୍ଚିନ୍ତ ଓଡିଆ ଦର୍ଶକ ମାନଙ୍କ ମଧ୍ୟରେ ବିପ୍ଳବ ସୃଷ୍ଟି କରିବା ସହ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟ ମୁହାଁ କରିବ ବୋଲି ପ୍ରଯାଜନା ସଂସ୍ଥା ଦୃଢ଼ ଆଶାବାଦୀ।  ସିନେମା ଦେଖିବା ପରେ ସିନେ କ୍ରିଟିକ ମାନେ ଚଳଚ୍ଚିତ୍ରକୁ ଫାଇଭ୍ ଷ୍ଟାର ମାନ୍ୟତା ଦେବା ସହ ସବୁ କ୍ଷେତ୍ରରେ ସିନେମାଟି ଉନ୍ନତ ମାନର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସିନେ ସମୀକ୍ଷକ ମାନେ ଚଳଚ୍ଚିିତ୍ରର କାହାଣୀ , ଚିତ୍ରନାଟ୍ୟ, ନିର୍ଦ୍ଦେଶନାକୁ ଭୂୟସୀ ପ୍ରଶଂସା କରିବା ସହ ଏଥିରେ ପ୍ରଥମଥର ପାଇଁ ଅଭିନୟ କରୁଥିବା ଲିଜା ନାୟକଙ୍କ ଅଭିନୟରେ ମନ୍ତ୍ର ମୁଗ୍ଧ ହୋଇଥିଲେ । ସେହିଭଳି ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ କ୍ରାଇମବ୍ରାଂଚ ପୋଲିସ ଅଫିସର ଭୂମିକା ମଧ୍ୟ ତାଙ୍କ ଜୀବନର ଏକ ମାଇଲ ଷ୍ଟୋନ ହେବ ବୋଲି ପ୍ରକାଶ କରିଥିଲେ । ଚଳଚ୍ଚିତ୍ରରେ ଅଭିନେତା ହର ରଥଙ୍କ ଆଡଭୋକେଟ ଭୂମିକା ଓ ସାହିତିକ ହରପ୍ରସାଦ ଦାସଙ୍କ  ଜଜ୍ ଭୂମିକା ମଧ୍ୟ ନିଚ୍ଛକ ଓ ଲୋକାଦୃତ ହେବ ବୋଲି ଦୃଢ ଆଶା ପ୍ରକଟ କରିଛନ୍ତି । 

ଶହ ଶହ ବର୍ଷ ଧରି ଆମ ସମାଜରେ କିଭଳି ନିଷ୍ଠୁର ନାରୀ ନିର୍ଯାତନା ଚାଲି ଆସିଛି ଚଳଚ୍ଚିତ୍ର ଦୃଷ୍ଟିକୋଣ ଏହା ଉପରେ ଗଭୀର ରେଖାପାତ କରିଛି । ମଦ ଓ ଡ୍ରଗ୍ସ ନିଶାରେ ହିତାହିତ ଜ୍ଞାନ ହରାଇଥିବା କିଛି ଯୁବକଙ୍କ ଦ୍ୱାରା ଜଣେ ଯୁବତୀ ଗଣଦୁଷ୍କର୍ମର ଶୀକାର ହେଲେ ପ୍ରମାଣ ନଷ୍ଟ କରିବା ପାଇଁ ପୀଡିତାଙ୍କ ସହ ତାଙ୍କ ଭାବି ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଗଲା । ମାମଲା କୋର୍ଟରେ ପହଁଞ୍ଚିିବା ପରେ ମୃତା ପୀଡିତାଙ୍କ ଚରିତ୍ର ସଂହାର ଆରମ୍ଭ ହୋଇଗଲା । ତେବେ ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାର ଦାଇତ୍ୱ ଏବେ କେବଳ ଜଣେ ମହିଳା ପୋଲିସ ଅଧିକାରୀ ଓ ଜଣେ ଲଢୁଆ ସରକାରୀ ଓକିଲଙ୍କ ଉପରେ ନ୍ୟସ୍ଥ ଥିଲା । 

କଣ ସୁନ୍ଦର ହେବା ଗୋଟେ ନାରୀର ଭୁଲ ? ନାରୀ ମାନଙ୍କ ସୈନ୍ଦର୍ଯ୍ୟ ପାଇଁ ସେମାନଙ୍କୁ କଣ ଦଣ୍ଡ ଦିଆଯିବ ?  ଏମିତି ଏକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଦୃଷ୍ଟି କୋଣ । ଯାହା ସାରା ଓଡିଶାରେ ବିଭିନ୍ନ ପ୍ରେକ୍ଷାଳୟରେ ଆସନ୍ତା ମେ ୨୭ ରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।  ବରିଷ୍ଠ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ସିନେମାରେ ପ୍ରଯୋଜନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ସୁଶାନ୍ତ ମଣି ।ମୁଖ୍ୟ ଭୂମିକାରେ ଏଲିନା ସାମନ୍ତରାୟ, ଶୁଭଶ୍ରୀ ନାୟକ(ଲିଜା), ଅଙ୍କିତ ମହାନ୍ତି, ହର ରଥ, ଚୈଧୁରୀ ବିକାଶ ଦାସ, ସାହିତିକ ହର ପ୍ରସାଦ ଦାସ ପ୍ରମୁଖ ଅଭିନୟ କରିଛନ୍ତି ।


(ଅମୃତ ନନ୍ଦଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ରାଜ୍ୟ  
କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି   05-Jul-2026
  ଜିଲ୍ଲା  
ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   05-Jul-2026
  ରାଜ୍ୟ  
ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   05-Jul-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ   05-Jul-2026
  ଖେଳ  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ   05-Jul-2026
  ଜିଲ୍ଲା  
ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   05-Jul-2026
  ଜିଲ୍ଲା  
ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   05-Jul-2026
  ଜିଲ୍ଲା  
ଡାବୁଗାଁ ପ୍ରେସ କ୍ଲବ ସଭାପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା l   05-Jul-2026
  ରାଜ୍ୟ  
ପୁରୀ–କୋରାପୁଟ ନୂତନ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ   05-Jul-2026
  ଜିଲ୍ଲା  
ଝରକା ଫାଙ୍କା ଦେଇ ଟାଣି ନେଲା ଯମ, ଦେବାହାଲୀରେ ବଜ୍ରାଘାତରେ ଅକାଳରେ ଝଡିଗଲା ଯୁବ ଜୀବନ   05-Jul-2026
  ଜିଲ୍ଲା  
କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ   05-Jul-2026
  ଜିଲ୍ଲା  
ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ୯୦ ପ୍ରତିଶତ ଶେଷ   05-Jul-2026

You Might Also Like