-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
12-May-2022
ସରକାର ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ଗାଁ କୁ ଗାଁ,ସାହି ରୁ ସହର ପର୍ଯ୍ୟନ୍ତ ଜନ ସାଧାରଣଙ୍କୁ ଜଳ ଯୋଗାଣ ର ବ୍ୟବସ୍ଥା କରିଛନ୍ତି ଏବଂ ତାହା କାର୍ଯ୍ୟକାରୀ ବି ହେଉଛି ସତ କିନ୍ତୁ ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ତାହା ମାସେ କି ଦୁଇ ମାସ ପରେ ଅଚଳ ହୋଇପଡୁଛି |ଠିକ୍ ଏହି ପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କୋଦଭଟା ଗ୍ରାମରେ l ଯୋଜନା CFC FFC 2017/18 ରେ ସୋଲାର ପ୍ୟାନେଲ ନଳକୂପକୁ ସଂଯୋଗ କରି ୧୦୦୦୦ ଲିଟର ବିଶିଷ୍ଟ ଏକ ପାଣି ଟାଙ୍କି ଲଗାଯାଇଥିଲା କିନ୍ତୁ କିଛି ଦିନ ପରେ ଅଚଳ ହୋଇପଡିଥିଲା| ଗ୍ରାମବାସୀ ଏହା ବିଷୟରେ ସଂପୃକ୍ତ ଅଧିକାରୀ ତଥା ସରପଞ୍ଚଙ୍କୁ ବହୁବାର ଜଣାଇବା ପରେ ଆଜି ତାହା କାର୍ଯ୍ୟକ୍ଷମ କରିବା ନିମନ୍ତେ ବିଭାଗୀୟ କର୍ମଚାରୀ , ଗ୍ରାମ୍ୟ SEM ପ୍ରଫୁଲ୍ଲ କୁମାର ଟାକ୍ରୀ ଓ ଭ୍ରାମ୍ୟମାଣ SEM ଧନୁର୍ଜୟ ହାତି ଏବଂ ପୁସ୍ତମ ଜରିଆଙ୍କୁ ପଠାଇଛନ୍ତି l ସେମାନେ ଆସି ସବୁ ଖୋଲିଖୋଲି କରିଥିଲେ,,, ତାଙ୍କୁ ପଚରି ବଝିବାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପାଣି ଚାଲୁ ହୋଇଯିଵ ବୋଲି କହିଥିଲେ l
(ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ରୁ କାର୍ତ୍ତିକ ବଞ୍ଜରାଙ୍କ ରିପୋର୍ଟ)